ଶୀତଳଷଷ୍ଠୀ ଯାତ୍ରା : ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ

0 70

ସମ୍ବଲପୁର : କରୋନା କଟକଣା ସତ୍ତେ୍ୱ ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଏଠାରେ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେଲା ପରେ ଆଜି ସ୍ୱମନ୍ଦିରରେ ନବବିବାହିତା ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ ଦେଖାଦେଇଛି । ଗତ ରାତି ବେଶ ଅସରାଏ ବର୍ଷା ହୋଇଥିବା ସତ୍ତେ୍ୱ ଆଜି ସକାଳୁ ମେଘାଚ୍ଛନ୍ନ ଆକାଶ ସହିତ ଶୁଖିଲା ପାଗ ଭକ୍ତଙ୍କ ବେଶ ଅନୁକୂଳ ହୋଇଥିଲା । ସବୁ ଶିବାଳୟରେ ଏଥିପାଇଁ ସତର୍କ ପୁଲିସ ବନ୍ଦୋବସ୍ତ ସହିତ ଅପେକ୍ଷିତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଭକ୍ତମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଥିଲେ ମଧ୍ୟ କଟକଣା ଓ ସୁରକ୍ଷା ବ୍ୟବସ୍ଥା ପରିପ୍ରେକ୍ଷୀରେ ସେତେ ସୁରକ୍ଷିତ ଦୂରରୁ ଦର୍ଶନ ଲାଭ କରି ସନ୍ତୁଷ୍ଟ ହେଉଥିଲେ । ସମସ୍ତଙ୍କ ମୁହଁରେ ମାସ୍କ ପରିଧାନ ସହିତ ସେମାନେ ସାମାଜିକ ଦୂରତା ଅବଲମ୍ବନ କରି ଦର୍ଶନ ଲାଭ କରୁଥିଲେ । ବ୍ୟାପକ କଟକଣା ସହିତ ଅନେକଙ୍କ ମନରେ ଆଶଙ୍କା ଯୋଗୁଁ ଅନ୍ୟ ବର୍ଷ ପରି ଏବର୍ଷ ଭକ୍ତଙ୍କ ଭିଡ଼ ନ ଥିଲା, ତଥାପି ଭକ୍ତଙ୍କ ମନରେ କୌଣସି ମତେ ଉତ୍ସାହର ଅଭାବ ଦେଖା ଦେଇ ନ ଥିଲା ।

hiring

ଦର୍ଶନ ଲାଭ ପାଇଁ ଭକ୍ତମାନେ ପ୍ରାୟତଃ ସପରିବାର ଆସିବା ଦେଖିବାକୁ ମିଳିଥିଲା । ପୁରାତନ ସହର ମଧ୍ୟରେ ଅବସ୍ଥିତ ଝାଡୁଆପଡା, ନନ୍ଦପଡା ଓ ମୁଦିପଡା ସ୍ଥିତ ତିନୋଟି ଯାକ ପୁରାତନ ଶିବ ମନ୍ଦିର ସହିତ ସମଲେଶ୍ୱରୀ ମନ୍ଦିର ସଂଲଗ୍ନ ଶୀତଳେଶ୍ୱର ବାବା ଓ ଐତିହାସିକ ବୁଢ଼ାରଜା ମନ୍ଦିରରେ ମଧ୍ୟ ତଦାନୁରୂପେ ବ୍ୟବସ୍ଥା ଦେଖିବାକୁ ମିଳିଛି । ଭକ୍ତଙ୍କ ଦର୍ଶନ ସୁବିଧା ଓ ଜନଗହଳିକୁ ଏଡ଼ାଇବା ପାଇଁ ଯୁଗଳ ମୂର୍ତ୍ତିଙ୍କୁ ସ୍ୱମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ କିମ୍ବା ଅନ୍ୟ କୌଣସି ପ୍ରଶସ୍ତ ସ୍ଥାନରେ ସୁସଜ୍ଜିତ ଭାବେ ରଖାଯାଇଥିଲା । ଅଧିକାଂଶ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ସର୍ବସାଧାରଣଙ୍କ ପାଇଁ ଆଜି ଏହି ଯୁଗଳ ମୂର୍ତ୍ତି ଦର୍ଶନ ସୁବିଧା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 5 =