ଲୁପ୍ତପ୍ରାୟ ଗହ୍ମା ଡିଆଁ ପରମ୍ପରା !

0 1,424

ବୌଦ୍ଧ : ଶ୍ରାବଣ ପୂର୍ଣ୍ଣିମାରେ ବୌଦ୍ଧ ଜିଲ୍ଲାର କଣେ ଅନୁକୋଣେ ପାଳିତ ହୋଇଥାଏ ଗହ୍ମା ପର୍ବ । ମାଟିରେ ଗାଆଁ ଦାଣ୍ଡରେ ଗହ୍ମା ତିଆରି କରି ଗାଆଁର ପିଲାମାନେ ଶ୍ରାବଣ ପୂର୍ଣ୍ଣିମାରେ ତା ଉପରେ ଡେଇଁ ଖେଳି ଥାଆନ୍ତି । ଗହ୍ମା ପର୍ବକୁ ଆହୁରି ଆମୋଦଦାୟକ ଓ ଆକର୍ଷଣୀୟ କରିବା ପାଇଁ ଶେଷ ମୁଣ୍ଡର ଉଭୟ ପାର୍ଶ୍ୱରେ ଦୁଇଟି ବାଡି ପୋତି ଗୋଟିଏ ଦଉଡି ଟାଣି ସେଠାରେ ଚକୋଲେଟ, ବିସ୍କୁଟ ଓ ଅନ୍ୟାନ୍ୟ ଉପହାର ସାମଗ୍ରୀ ଝୁଲା ଯାଇଥାଏ । ଗହ୍ମା ଉପରେ ଜୋରରେ ଦଉଡି ପିଲାମାନେ କୁଦାମାରି ହାତରେ ଟାଣି କିମ୍ବା ଦାନ୍ତରେ କାମୁଡି ଛିଣ୍ଡାଇ ଥାଆନ୍ତି । ଯିଏ ଯାହା ଛିଣ୍ଡାଇଲା ସେ ଜିନିଷ ତାହାର ହୋଇଥାଏ । ଗହ୍ମା ଡିଆଁ ପ୍ରାରମ୍ଭରେ ଗ୍ରାମର ଦେହୁରୀ ଗହ୍ମାକୁ ଫୁଲ,ସିନ୍ଦୁର, ଅରୁଆ ଚାଉଳ, ନଡିଆ ଓ ଧୂପ କାଠି ଦେଇ ଗ୍ରାମବାସୀଙ୍କ ମଂଗଳ ମନାସି ପଣା ପାଣି ଢାଳି ପୁଜା କରିଥାଆନ୍ତି ।
ଦିନକୁ ଦିନ ଗହ୍ମା ଡିଆଁ ପର୍ବ ତାର ଚମକ ହରାଉଛି । ଗହ୍ମା ଡିଆଁ ପର୍ବ ଅନେକ ଗ୍ରାମରେ ହଜି ଗଲାଣି । ପିଲାମାନେ ଗାଆଁ ମୁଣ୍ଡରୁ ମାଟି ହାଣି ବୋହି ଗାଆଁ ଦାଣ୍ଡରେ ଗହ୍ମା ତିଆରିବା ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କିଛି ଗ୍ରାମରେ ପିଲାମାନେ ଗହ୍ମା ଡିଆଁ ପର୍ବ ଆୟୋଜନ କରୁଥିଲେ ମଧ୍ୟ ତାହାର ପୂର୍ବଭଳି ଚମକ ନାହିଁ । ଦିନକୁ ଦିନ ଏ ପର୍ବ ଲୁପ୍ତ ହେବାକୁ ବସିଲାଣି । ଗ୍ରାମ୍ୟ ସଂସ୍କୃତିରେ ଭାଇଚାରାର ବନ୍ଧନ ଉଦ୍‌ଜୀବିତ କରୁଥିବା ଏ ପର୍ବକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

12 + seventeen =