ପୁଣି ରାଜ୍ୟରେ ୪,୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ୧୬ ମୃତ

0 101

ଭୁବନେଶ୍ୱର୍‌: ରାଜ୍ୟରେ ଆଉ ୪,୩୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୫୧୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୮୨୩ ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୩, କଟକରୁ ୫୬୭, ପୁରୀରୁ ୨୦୩, ଜଗତସିଂହପୁରରୁ ୧୯୩, ଝାରସୁଗୁଡାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୁଳରୁ ୧୫୫, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରୁ ୧୪୩ ଜଣ ଲେଖାଏଁ ରହିଛନ୍ତି ।
ଅନ୍ୟପଟେ କରୋନା ଯୋଗୁ ସର୍ବାଧିକ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫, ପୁରୀରୁ ୪, କେନ୍ଦ୍ରାପଡାରୁ ୨, ବଲାଙ୍ଗିର, ମୟୁରଭଞ୍ଜ, ନୟାଗଡ, ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୯ଲକ୍ଷ ୫୬ହଜାର ୩୦୧ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୯୬ ହଜାର ୮୮୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେଥିମଧ୍ୟରୁ ୧ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇଛନ୍ତି ଓ ୭୫୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮ ହଜାର ୮୧୮ ଜଣ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

5 + twenty =