ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି: ପୁଣି ନୂଆ ୧୩୦ଜଣ ଚିହ୍ନଟ

0 154

ସମ୍ବଲପୁର : ଶତଚେଷ୍ଟା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଏଠାରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ଦୈନିକ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ପୁଣି ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏମାନଙ୍କୁ ମିଶାଇ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୪ ହୋଇଛି; ଏମାନଙ୍କ ମଧ୍ୟ ରୁ ୩୯୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ୨୨ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୩୧୪ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପ୍ରଶାସନିକ ସୂତ୍ର ଅନୁସାରେ ଏମାନଙ୍କ ମଧ୍ୟରୁ କାହାରି କୁ ଆଜିକାର ସଂଖ୍ୟାରେ ମିଶା ଯାଇନାହିଁ, ଏହାଦ୍ୱାରା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସୂଚନା ଉପରେ ଜନସାଧାରଣଙ୍କ ଆଉ ବିଶ୍ୱାସ ରହୁନାହିଁ । ସେପଟେ ଏହି ଅଂଚଳର ସବୁଠାରୁ ବଡ ହସ୍ପିଟାଲ ବୁର୍ଲା ସ୍ଥିତ ଭିମସାର ର ସ୍ଥିତି ଦିନକୁ ଦିନ ୋହଲି ଯାଉଛି । ଏପର୍ଯ୍ୟନ୍ତ ସେଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି ଓ ସେଠାକାର ଆଇସୋଲେଶନ ୱାର୍ଡରେ ଗତକାଲି ତିନି ଜଣଙ୍କ ମୃତ୍ୟୁ ହୋଇଛି, ସେଥିରୁ ସୋନପୁର ଜିଲ୍ଲା ର ଜଣେ ବୃଦ୍ଧା(୬୦), ବରଗଡ଼ ଜିଲ୍ଲାର ଦୁଇଜଣ ବୃଦ୍ଧ (୬୦ ଓ ୮୦) ବୋଲି କୁହା ଯାଇଛି । ଭିମସାର ରେ ଗତ ୨୪ଘଣ୍ଟା ମଧ୍ୟରେ ଦୁଇ ଜଣ ଡାକି, ଦୁଇ ଜଣ ସେବିକା ଓ ଜଣେ ଆଟେଣ୍ଡାଣ୍ଟ ନୂଆ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ କର୍କଟରୋଗ ବିଭାଗର ଓ ଅନ୍ୟ ଜଣକ ଶିଶୁରୋଗ ବିଭାଗର ବୋଲି ଜଣା ପଡିଛି । ଏହାଦ୍ୱାରା ସେଠାରେ କରୋନା ସଂକ୍ରମଣ ଧିରେ ଧିରେ ଅନ୍ୟ ବିଭାଗକୁ ବ୍ୟାପିବା ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

five × 1 =