ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା: ୧୦ଦିନ ପରେ ଆଇସିୟୁ ସୁବିଧା ସହିତ ଏହାର ଆନୁଷ୍ଠାନିକ ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ

0 85

ସମ୍ବଲପୁର : ବୁର୍ଲା ସ୍ଥିତ ଭିମସାର ଠାରେ ଗତକାଲି ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ବୋଲି ଘୋଷଣା କରା ଯାଇଛି । ବର୍ତ୍ତମାନ ମାତ୍ର ୩୮ଟି ସାଧାରଣ ଶଯ୍ୟାକୁ ନେଇ କୌଣସି ମତେ ଏହାକୁ କାର୍ଯ୍ୟକ୍ଷମ ଘୋଷଣା କରାଯାଇଛି, ଯଦିଓ ଆଇସିୟୁ ସୁବିଧା ଆରମ୍ଭ କରାଯାଇ ନାହିଁ ଓ ଏଥିପାଇଁ ଆଉ ଦଶଦିନ ଲାଗିବ ବୋଲି କୁହାଯାଇଛି । ସେତେବେଳେ ସ୍ୱୟଂସମ୍ପୂର୍ଣ୍ଣ ଏହି କୋଭିଡ ହସ୍ପିଟାଲକୁ ଆନୁଷ୍ଠାନିକ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ଜଣାପଡିଛି । ଗତକାଲି ଏହାର କାର୍ଯ୍ୟାରମ୍ଭ କଲା କ୍ଷଣି ବୌଦ୍ଧର ଜଣେ କୋଭିଡ ରୋଗୀକୁ ପ୍ରଥମ କରି ଭର୍ତ୍ତି କରାଯାଇଛି । ଯେହେତୁ ଆଇସିୟୁ ସେବା ସେଠାରେ ବର୍ତ୍ତମାନ ଉପଲବ୍ଧ ନାହିଁ, ଏଣୁ ଗମ୍ଭୀର ସ୍ଥିତିରେ ରୋଗୀଙ୍କୁ ସେଠାରୁ ସମ୍ବଲପୁର କୋଭିଡ ହସ୍ପିଟାଲକୁ ପଠାଯିବା ପାଇଁ ବିଚାର କରାଯାଇଛି । ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି, ଏଣୁ ଏଠାରେ ଚିକତ୍ସକଙ୍କ ସଂକଟ ଆଶଙ୍କା କରାଯାଉଛି । ଏହି ପରିପ୍ରେକ୍ଷୀରେ ଏହାକୁ କାର୍ଯ୍ୟକ୍ଷମ କରି ଭିମସାର ନିର୍ଦ୍ଦେଶକ ପ୍ରୋ. ଡା ଲଲିତ ମେହେର ଜଣାଇଛନ୍ତି ଯେ ସେଠାରେ କୋଭିଡ ହସ୍ପିଟାଲ ନ ଥିବାରୁ ଅନେକ ଚିକିତ୍ସକଙ୍କୁ ସେଠାରୁ ଅନ୍ୟତ୍ର ପଠା ଯାଇଛି, ଏଣୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ସେ ଚେଷ୍ଟା କରିବେ । ଏହି ମର୍ମରେ ଭିମସାର ଅଧ୍ୟକ୍ଷ ପ୍ରୋ. ବ୍ରଜ ମୋହନ ମିଶ୍ର ଗତକାଲି ଚିଠି ମଧ୍ୟ ଲେଖିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =