ଉତ୍କୃଷ୍ଟ ସିଏସଆର କାର୍ଯ୍ୟକ୍ରମ ପାଇଁ ନାଲକୋ ପୁରସ୍କୃତ

0 76

ଭୁବନେଶ୍ୱର:ସମାଜ ଏବଂ ଲୋକମାନଙ୍କ ପ୍ରତି ଅବିସ୍ମରଣୀୟ ପ୍ରତିବଦ୍ଧତା ଏବଂ ଯତ୍ନଶୀଳ ଦୃଷ୍ଟିକୋଣ ରଖିଥିବା, ଭାରତ ସରକାରଙ୍କ ଖଣିମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ପିଏସୟୁ, ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)କୁ ସିଏସଆର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଇସିସିପିଏସଇ ଏକ୍ସଲେନ୍‌ସ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଅନଲାଇନରେ ଇଣ୍ଡିୟାନ ‌ଚାମ୍ବର୍ ଅଫ୍ କମର୍ସ୍ ଦ୍ୱାରା ଆୟୋଜିତ ୧୦ମ ପବ୍ଲିକ୍ ସେକ୍ଟର୍ ଏଜେଣ୍ଡା ମିଟ୍ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

hiring


ଜଣେ ଦାୟିତ୍ୱଶୀଳ କର୍ପୋରେଟ ହିସାବରେ ନାଲକୋ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ସିଏସଆର ପ୍ରକଳ୍ପ କାର୍ଯ୍ୟ କରି ଆସୁଅଛି, ଯେଉଁଥିରେ ଇନ୍ଦ୍ରଧନୁସ(କୋରାପୁଟର ଆଦିବାସୀ ପିଲାମାନଙ୍କ ପାଇଁ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ), ଅନୁଗୁଳ ଏବଂ ଦମନଯୋଡିଠାରେ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ବାଳିକାମାନଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିବା ପାଇଁ ନାଲକୋ କି ଲଡଲି ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।
ଏହା ଉଲ୍ଲେଖଯୋଗ୍ୟ ଯେ, କୋଭିଡ-୧୯ ସଂକଟ ମଧ୍ୟରେ ନାଲକୋ ଅନେକ ପଦକ୍ଷେପ ଗ୍ରହଣ କରିଅଛି ଏବଂ ଏହି ମହାମାରୀର ମୁକାବିଲା ପାଇଁ ଉଭୟରାଜ୍ୟ କେନ୍ଦ୍ର ସରକାରଙ୍କ ଯଥା ସମ୍ଭବ ସମସ୍ତ ସହାୟତା ପ୍ରଦାନ କରୁଅଛି ।

hiranchal ad1
Leave A Reply

Your email address will not be published.

ten + seventeen =