ସମ୍ବଲପୁର : ସମ୍ବଲପୁର ମହାନଗର ନିଗମର ୧ ନମ୍ବର ୱାର୍ଡ ଅନ୍ତର୍ଗତ ସେହ୍ନାପାଲି ଠାରେ ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ନେଇ ବିଶ୍ୱ ହାତ ଧୁଆ ଦିବସ ଆଜି ପାଳିତ ହୋଇଯାଇଛି । ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ (ୟୁଏମଏଚୟୁ)ର ଆୟୁଷ ଡାକ୍ତର ରାଜାରାମ ଷଡ଼ଙ୍ଗୀ କୋଭିଦ-୧୯ ଭଳି କଠୋର ପରିସ୍ଥିତି ସମୟରେ ସ୍ୱାସ୍ଥ୍ୟ ପ୍ରତି ହାତଧୁଆର ମହତ୍ୱକୁ ଆଧାର କରି ୬ ପ୍ରଣାଳିରେ ହାତଧୁଆ କୌଶଳ ଶିଖାଇଥିଲେ । ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ଓ ଏଏନଏମ ନିବେଦିତା ପାଣ୍ଡେଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ହାତଧୁଆ କୌଶଳ ପ୍ରଶିକ୍ଷଣରେ ଆଶା ପ୍ରମିଳା ବାଗ ଓ ଅଙ୍ଗନୱାଡି ଦିଦି ମଞ୍ଜୁ ରାଉତ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖିରେଶ୍ୱରୀ ପାଣ୍ଡେ, ସୁବାଶିନି ମିଶ୍ର, ସବିତା ବିଶି, ଗୀତାଞ୍ଜଳି ପଶାୟତ ପ୍ରମୁଖ ୨୦ ଜଣ ସ୍ୱୟଂ ସହାୟିକା ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।