“ହନୁମାନ ଜୟନ୍ତୀ ସମନ୍ୱୟ ସମିତିରେ ଗୋସେବାକୁ ଗୁରୁତ୍ୱ ଉପରେ ଚର୍ଚ୍ଚା

0 88

ସମ୍ବଲପୁର:ଏଠାରେ ଗଠିତ”ହନୁମାନ ଜୟନ୍ତୀ ସମନ୍ୱୟ ସମିତି’ ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଗୋ ଷ୍ଟମୀ ଅବସରରେ ମାଁ ସମଲେଇ ମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଗୋଶାଳା ରେ ଗୋମାତା ପୂଜନ ସହ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ସମିତି’ ତରଫରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଚାଲିଥିବା ବେଆଇନ ଗୋହତ୍ୟା ଓ ଗୋମାଂସ ଚୋରା ଚାଲାଣ ବିରୋଧରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ସଭାପତି ଗିରିଶ ପଟେଲ ଏହାର ବିରୋଧ ସ୍ୱରୂପ ଆଗାମୀ ଦିନରେ “ହନୁମାନ ଜୟନ୍ତୀ ସମନ୍ୱୟ ସମିତି’ ତରଫରୁ ବେଆଇନ ଭାବେ ଗୋହତ୍ୟା ଚାଲିଥିବା ସ୍ଥାନରେ ଏହାର ପ୍ରତିବାଦ ତଥା ବିରୋଧ କରାଯିବା ପାଇଁ ଘୋଷଣା କରିଥିଲେ । ଏହି ସମୟରେ ଜୟବ୍ରତ ଦେ ସହରରେ ବୁଲା ଗାଈ ଗୋରୁଙ୍କ ସୁରକ୍ଷା ପ୍ରତି “ମହାନଗର ନିଗମ’ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି ସହରରେ ଏକ ଗୋଶାଳା ନିର୍ମାଣ ସହ ପଶୁ ଚିକିତ୍ସାଳୟରେ ଏକ ଏକ୍ସ-ରେ ମେସିନ ସ୍ଥାପନ ସହ ଏକ ପଶୁ ଏମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଦାବି ଉପସ୍ଥାପନ କରିଥିଲେ । ପ୍ରଶାସନିକ ନିଷ୍କ୍ରିୟତା ପାଇଁ ନଗରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଥିବାରୁ ଗୋହତ୍ୟା ଓ ଗୋମାଂସ ଚୋରା ଚାଲାଣ ବଢୁଛି ବୋଲି ମତପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ “ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସମ୍ପାଦକ ସପନ ମୁଖାର୍ଜୀ, ଭାଜପା ଜିଲ୍ଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ରାଜୀବ ଶତପଥୀ, ଶିବକୁମାର ଅଗ୍ରୱାଲ, ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ, ଜୟବ୍ରତ ଦେ, ଶମ୍ଭୁ ବରେଲିଆ, ସୁଶାନ୍ତ ପୁରୋହିତ, ସରୋଜ ଘଡେଇ, ଅଶ୍ୱିନୀ ମାଝି, ଆଶିଷ ବାବୁ ଓ ଦେବାଶିଷ ପୁରୋହିତ ସହ “ହନୁମାନ ଜୟନ୍ତୀ ସମନ୍ୱୟ ସମିତି”ର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =