ପୁଣି ୩୩ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୭୨୧୬ ପଜିଟିଭ

0 163

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଅନୁଗୋଳରେ ସର୍ବାଧିକ ୫, ସୁନ୍ଦରଗଡ଼ରେ ୪, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏ, ଢେଙ୍କାନାଳ ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୦୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧୫ଜଣ, ବରଗଡ଼ ଜିଲ୍ଲାରୁ ୩୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୦ଜଣ, ବୌଦ୍ଧ ଜିଲ୍ଲାରୁ ୧୪୮ଜଣ, କଟକ ଜିଲ୍ଲାରୁ ୧୦୯୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨୮ଜଣ, ଗଜପତି ଜିଲ୍ଲାରୁ ୩୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୩ଜଣ , ଯାଜପୁର ଜିଲ୍ଲାରୁ ୨୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯ଜଣ, କୋରାପୁଟ ଜିଲ୍ଲାରୁ ୨୨୦ଜଣ, ମାଲକାନଗିରି ଜିଲ୍ଲାରୁ ୧୩୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪୨ଜଣ, ନୟାଗଡ଼ ଜିଲ୍ଲାରୁ ୧୬୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୧୧୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୧ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୪ଜଣ, ଷ୍ଟେଟ୍ ପୁଲ୍‌ରୁ ୧୪୬ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + six =