ଜଗବନ୍ଧୁଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ସାତସପନ

0 170

କଣ୍ଟାବାଞ୍ଜି : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ଯୋଜନାଗୁଡିକ ସଠିକ୍‌ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କେତେକ ସ୍ଥଳରେ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ବୁରୋମାଲ ପଚାୟତ ଡ଼ଙ୍ଗାମରାର ଗରିବ ଜଗବନ୍ଧୁ ଦୀପ (୬୩) । ରିକ୍ସା ଚଳାଇ ସେ ଜୀବନ ଅର୍ଜନ କରୁଛନ୍ତି । ତାଙ୍କର ରହିବାକୁ ଏକ ଭଲ ଘର ନାହିଁ । ତାଙ୍କର ପୁଅ ମଧ୍ୟ କାମ କରି ବାପାଙ୍କୁ ସାହାଯ୍ୟ ସହଯୋଗ କରୁଥିଲା । କିନ୍ତୁ ମହାମାରୀ ଯୋଗୁଁ ରାଜ୍ୟ ସରକାର ଲକଡାଉନ, ସଟଡାଉନ କରିଛନ୍ତି । ଏପରି ପରିସ୍ଥିତିରେ ତାଙ୍କ ରିକ୍ସା ଆଉ ପୂର୍ବପରି ଚାଲିପାରୁନାହିଁ । ଏବେ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ବହୁ କଷ୍ଟ ସହିବାକୁ ପଡୁଛି । ଜଗବନ୍ଧୁ ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରେ ଖଣ୍ଡିଏ ପାଇଁ ସରପଞ୍ଚ ଓ ଇଓଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ । ୬୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ପ୍ରଶାସନର ଅବହେଳା ପୂର୍ଣ୍ଣମାତ୍ରେ ବାରି ହୋଇପଡୁଛି । ଏଣୁ ଜଗବନ୍ଧୁଙ୍କୁ ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନା ଘର ଯୋଗାଇ ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eighteen + 12 =