ଦୈନିକ ୧ଲକ୍ଷ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି

0 75

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍ ଯଦିଓ ତଳମୁହାଁ ହୋଇଛି ତଥାପି ଦୈନିକ ଟେଷ୍ଟିଂ ପରିସରକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏକଲକ୍ଷ ଦୈନିକ କରୋନା ଟେଷ୍ଟ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ରୁ ଜଣାପଡୁଛି ଯେ, ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ଲୋକାଲ କଣ୍ଟାକ୍ଟ ସଂକ୍ରମଣ କମିନାହିଁ । ଏହି କାରଣରୁ ଟେଷ୍ଟିଂ କାପାସିଟିକୁ ବୃଦ୍ଧି କଲେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ହେବ । ତାଙ୍କ ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୩୨ହଜାର ଟେଷ୍ଟ କରାଯାଇଛି ଆଗକୁ ପ୍ରାୟ ଲକ୍ଷେ ଟେଷ୍ଟ କରାଯିବ । ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୬ଟି ଜିଲ୍ଲାରେ ଅଧିକ ସଂକ୍ରମଣ ଦେଖାଦେଇଛି । ପ୍ରତି ଜିଲ୍ଲାକୁ ଆଣ୍ଟିଜିନ କିଟ୍ ପଠାଯାଉଛି । ଆଣ୍ଟିଜିନ କିଟ୍ ଦ୍ୱାରା କରୋନା ଶୀଘ୍ର ଚିହ୍ନଟ କରାଯାଇପାରିବ ଯାହା ଫଳରେ ରୋଗୀଙ୍କ ଆଇସୁଲେଟ୍ କରିବା ସହଜ ହେବ । ଇତି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ଶୀର୍ଷ ଆଡକୁ ଗତି କରୁଛି । ଏହି ଧାରା ବଜାୟ ରହିଲେ ସେପ୍ଟେମ୍ବର ଆଡକୁ କରୋନା ସ୍ଥିତି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

sixteen + 3 =