ରାଜ୍ୟରେ ପୁଣି ୩୬ଶହ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

0 102

ଭୁବନେଶ୍ୱର: ରାଜ୍ୟରେ ପୁଣି ୩,୬୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୪୯୧ ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ୩୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୬୬, କଟକରୁ ୩୫୮, ମୟୁରଭଞ୍ଜରୁ ୧୫୬, ଯାଜପୁରରୁ ୧୩୯, କେନ୍ଦ୍ରାପଡା ଓ ସୋନପୁରରରୁ ୧୨୯ ଲେଖାଏଁ, ସମ୍ବଲପୁରରୁ ୧୨୬ ଓ ନବରଙ୍ଗପୁର ଜିଲ୍ଲାରୁ ୧୧୬ଜଣ ରହିଛନ୍ତି । ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୭୪, ଗଞ୍ଜାମ ଜିଲ୍ଲାରୁ ୩୧, ବଲାଙ୍ଗୀର ଜିଲ୍ଲାରୁ ୯୯, ବାଲେଶ୍ୱର ଜିଲ୍ଲାରୁ ୧୦୭, କୋରାପୁଟ ଜିଲ୍ଲାରୁ ୬୬, ଭଦ୍ରକ ୮୨, ରାୟଗଡ଼ା ଜିଲ୍ଲାରୁ ୩୨, ପୁରୀ ଜିଲ୍ଲାରୁ ୧୧୫, ସୁନ୍ଦରଗଡ଼ ଜିଲ୍ଲାରୁ ୮୯, ଜଗତସିଂହପୁର ଜିଲ୍ଲାରୁ ୭୩, କଳାହାଣ୍ଡି ଜିଲ୍ଲାରୁ ୫୧, ଯାଜପୁର ଜିଲ୍ଲାରୁ ୧୩୯, କନ୍ଧମାଳ ଜିଲ୍ଲାରୁ ୯୭, ମାଲକାନଗିରି ଜିଲ୍ଲାରୁ ୪୬, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୫୬ , ଝାରସୁଗୁଡ଼ା ଜିଲ୍ଲାରୁ ୪୧, ଢେଙ୍କାନାଳ ଜିଲ୍ଲାରୁ ୪୭, ନବରଙ୍ଗପୁର ଜିଲ୍ଲାରୁ ୧୧୬, କେନ୍ଦୁଝର ଜିଲ୍ଲାରୁ ୧୦୬, ଅନୁଗୁଳ ଜିଲ୍ଲାରୁ ୧୦୦, ବରଗଡ଼ ଜିଲ୍ଲାରୁ ୧୦୬, ନୂଆପଡ଼ା ଜିଲ୍ଲାରୁ ୮୪, ଦେବଗଡ଼ରୁ ୧୧ ଓ ବୌଦ୍ଧ ଜିଲ୍ଲାରୁ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ କରୋନା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬, ନୟାଗଡରୁ ୩, କଟକ ଓ ବାଲେଶ୍ୱରରୁ ୨ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି ଓ ବରଗଡରୁ ଜଣେ ଲେଖାଏଁ ରହିଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩ଲକ୍ଷ ୪୮ ହଜାର ୮୬୧ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୨୬ ହଜାର ୩୩୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେଥିମଧ୍ୟରୁ ୧ଲକ୍ଷ ୯୦ ହଜାର ୮୦ଜଣ ସୁସ୍ଥ ହୋଇଛନ୍ତି, ୮୭୫ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫ ହଜାର ୩୨୬ ଜଣ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + four =