ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

0 108

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବାର ସ୍ୱତନ୍ତ୍ର ସଚିବ ପାହ୍ୟା ପଦରେ ଥିବା ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୫-ଟି ତ୍ୱରିତ ନିଷ୍ପତ୍ତି ଅନୁଯାୟୀ ଶ୍ରୀ ଷଡଙ୍ଗୀଙ୍କୁ ଚାକିରୀର ଶେଷ ଜୀବନ ଯାଏଁ ଏଭଳି ଦୋଷା ଭୋଗିବାକୁ ହୋଇଛି । ଶ୍ରୀ ଷଡଙ୍ଗୀ ଆସନ୍ତା ଜାନୁଆରୀ ମାସରେ ଚାକିରୀରୁ ଅବସର ନେଇଥାନ୍ତେ କିନ୍ତୁ ଗତ ଜୁଲାଇ ମାସରେ ଶ୍ରୀ ଷଡଙ୍ଗୀ ନିଜ ନିର୍ଦ୍ଦେଶାଳୟର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଥିଲେ । ଉକ୍ତ ଯୁବତୀ ଶ୍ରୀ ଷଡଙ୍ଗୀଙ୍କ ଅଶ୍ଳିଳ ମେସେଜ ଓ ଭଏସ କଲକୁ ରେକର୍ଡିଂ କରି ମହିଳା ଥାନାରେ ଅଭିଯୋଗ କରିବା ପରେ ଏହାର ସତ୍ୟାସତ୍ୟ ଜାଣି ମହିଳା ଥାନା ତାଙ୍କୁ ଗିରଫ କରିଥିଲା । ଅବଶ୍ୟ ପରେ ଶ୍ରୀ ଷଡଙ୍ଗୀ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ । ଗିରଫ ପୂର୍ବରୁ ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ସଂପୃକ୍ତ ଯୁବତୀ କର୍ମଚାରୀଙ୍କର ନିର୍ଦ୍ଦେଶାଳୟରେ ହୋଇଥିବା ନିଯୁକ୍ତି ବେଆଇନ, ନିର୍ଦ୍ଦେଶାଳୟର ପ୍ରୋଗ୍ରାମ ମ୍ୟାନଜେର ହାତ କରି ଜାଲ କାଗଜପତ୍ର ଦେଇ ନିଯୁକ୍ତି ପାଇଥିଲେ । ଏପରିକି ଶ୍ରୀ ଷଡଙ୍ଗୀ ସଂପୃକ୍ତ ଯୁବତୀଙ୍କ ପ୍ରତି ଏଭଳି କୌଣସି ବ୍ୟବହାର କରିନାହାନ୍ତି, ଯୁବତୀ ଅଭିଯୋଗ କରୁଥିବା କଲ ରେକର୍ଡ ଓ ଅଶ୍ଳିଳ ବାର୍ତ୍ତା ତାଙ୍କ ଫୋନରୁ ଯାଇନାହିଁ । ଏହାର ଫରେନସିକ୍ ଯାଞ୍ଚ କରାଯାଉ । ତେବେ ରାଜ୍ୟ ସରକାର ଏହି ଘଟଣା ପରେ ଶ୍ରୀ ଷଡଙ୍ଗୀଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଷଡଙ୍ଗୀଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଏଭଳି ଏକ ମହିଳା ସହକର୍ମୀଙ୍କ ସହ ଯୌନ ଉତ୍ପୀଡନ ନେଇ ଅଭିଯୋଗ । ଶ୍ରୀ ଷଡଙ୍ଗୀ ଧର୍ମପତ୍ନୀ ଏବେ ରାଜ୍ୟ ସଚିବାଳୟ ତଥା ଲୋକସେବା ଭବନରେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one × three =