ବୁଣାକାରଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0 219

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ୫୦ହଜାର ରୁ ଊର୍ଦ୍ଧ୍ୱ ପରିବାର ହସ୍ତତନ୍ତ କୁ ଜୀବିକା ଭାବେ ଗ୍ରହଣ କରି ତାଙ୍କର ଗୁଜୁରାଣ ମେଣ୍ଟଉ ଥିଲା ବେଳେ ତାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଭାରୀ ଦୟନିୟ ହୋଇପଡ଼ିଛି ।ବିଶେଷ କରି ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବୁଣାକାର ସମବାୟ ସମିତି ସବୁ ପ୍ରାୟ ବନ୍ଦ ହୋଇଯାଇଥିବା ବେଳେ ନିଜର କୌଳିକ ବୃତ୍ତିକୁ ଆଦରିଥିବା ଅନେକ ବୁଣାକାର ଖୋଲାବଜାରର ମହାଜନ ପାଖରୁ ଋଣ ଆଣି ତଳିତଳାନ୍ତ ହୋଇ କେହିକେହି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ମଧ୍ୟ ଆଦରି ନେଉଥିବାର ନଜିର ଅଛି୍ । ବିଶେଷ କରି ଏକଦା ସୁବର୍ଣ୍ଣପୁର ଜିଲ୍ଲାର କୁଶଳୀ ବୁଣାକାର ବୟନକଳାରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଜୀବିକା ହରାଇ ଅତ୍ୟନ୍ତ ଦୁଃଖଦ ସମୟ ଦେଇ ଗତିକରୁଛି । ବର୍ତ୍ତମାନ ସାରାବିଶ୍ୱ କରୋନା ମହାମାରୀର କରାଳ ଗ୍ରାସରେ ଉବୁଟୁବୁ ହେଉଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଜିଲ୍ଲାର ବୁଣାକାରମାନଙ୍କ ଉପରେ ପଡିଛି । ବୁଣାକାରଟିଏ ତା ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ କୌଣସି ବଜାର ନପାଇ କ୍ଷତିଗ୍ରସ୍ତ ହୋଇପଡିଛି । ଏଣୁ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରମାନଙ୍କ ଆର୍ଥିକ ବିକାଶ ପାଇଁ ଅତି ଶୀଘ୍ର ଜିଲ୍ଲାରେ ଏକ ଟେକ୍ସଟାଇଲ ପାର୍କ ସ୍ଥାପନ କରିବାସହ ଜିଲ୍ଲାରେ ବନ୍ଦ ପଡିଥିବା ସମବାୟ ସମିତିର ପୁନଃଉଦ୍ଧାର, ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା, ବୁଣାକାରଙ୍କ ସମସ୍ତ ପ୍ରକାର ଋଣ ଛାଡ଼ ତଥା ବୁଣାକାର ପରିବାରର ସମସ୍ତ ଛାତ୍ର ଛାତ୍ରୀଙ୍କ ସ୍କୁଲ ଫିଜ୍ ଛାଡ କରିବା ତଥା ସର୍ବୋପରି ଏପରି ଏକ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ଦାବି ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ବୁଣାକାର ମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବୁଣାକାରଙ୍କ ସ୍ୱାର୍ଥ ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ଦଳର ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ସୁଧିର ପଣ୍ଡା,ଗୌରିଶ୍ୟାମ ପଣ୍ଡା, ସୁମିତ ପୂଜାହାରୀ,ଶେଷଦେବ ମେହେର, ରାଜଗୋପାଳ ପାଣିଗ୍ରାହୀ, ଲବକୁମାର ସାହୁ,ବସନ୍ତ ମହାକୁର,ନିମାଇଁ ପାଣିଗ୍ରାହୀ, ମାଧବ କୁମ୍ଭାର, ରାଜେନ୍ଦ୍ର ମେହେର, ଜିତେନ୍ଦ୍ର ନାଏକ, ଧର୍ମେନ୍ଦ୍ର ମେହେର,ଶ୍ୟାମ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × four =