ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା : ଆଖି ବୁଜିଲେ ମମତା ଓ ଉଦାମ,ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

0 324

ଦାରିଙ୍ଗବାଡ଼ି: ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଦୁଇଜଣଙ୍କର ଶୁକ୍ରବାର ସକାଳେ ମୃତ୍ୟ ବରଣ କରିଛନ୍ତି । ମୃତ ଦୁଇଜଣ ହେଲେ ଦାରିଙ୍ଗବାଡି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨) ଓ କୋଟଗଡ଼ ବ୍ଳକ ଶ୍ରାମ୍ବି ଗ୍ରାମର ଡପକା ପ୍ରଧାନଙ୍କ ଉଦାମ ପ୍ରଧାନ(୩୦) । ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଲକ ଗାହାକିଆ ଗ୍ରାମର ୩ଜଣ ଯୁବତୀ ଓ କୋଟଗଡ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଂଚଳର ଜଣେ ଯୁବତୀ ବାଙ୍ଗାଲୋର ଠାରେ ଥିବା କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ମଙ୍ଗଳବାର ରାତିରେ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ଡି ଟି ଫାଟି ଯାଇଥିଲା । ଏହି ଘଟଣାରେ ପ୍ରଥମେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ( ୨୦) ମୃତ୍ୟ ଘଟିଥିବା ବେଳେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେହି ଗ୍ରାମର ବିଶ୍ୱପତୀ ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ବିଷମକଟକ ଅଂଚଳର ଝିଅ ରାଣୀ ଟିକିରି (୨୩) ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କର ମୃତ୍ୟ ଘଟିଥିବା ବେଳେ ସେମାନଙ୍କର ମୃତ ଦେହକୁ ଗ୍ରାମକୁ ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ପୁନର୍ବାର ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଭିକ୍ଟୋରିଆ ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନମାନଙ୍କର ଭଲ ଭାବରେ ଚିକିତ୍ସା କରାଯାଉନଥିବା ନେଇ ଅଭିଯୋଗ ଆଣି ଅଞ୍ଜଳି ଓ ରାଣୀ ଙ୍କୁ ଅନ୍ୟ ଡାକ୍ତରଖାନାରେ ଆଜି ଭର୍ତ୍ତି କରାଯିବ ବୋଲି ଗୁରୁତର ଆହତଙ୍କ ନିକଟରେ ଥିବା ତାଜୁଙ୍ଗିଆ ପଂଚାୟତର ଯୁବକ ସୁଜିତ ପ୍ରଧାନ କହିଛନ୍ତି । ମୃତଦେହ ଗୁଡ଼ିକୁ ଆଣିବା ନେଇ ଦାରିଙ୍ଗବାଡି ବିଡିଓ ଅଭିମନ୍ୟୁ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ । ଜିଲ୍ଲା ପ୍ରଶାସନ ତରଫରୁ ଯାହା ର୍ନିେଶ ଆସିବ ସେ ଅନୁସାରେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

7 + sixteen =