ସହାରଞ୍ଚଳ ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

0 133

ଭୁବନେଶ୍ୱର : ମହାମାରୀ କରୋନା ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ହୋଇଛି । ଏହି ସମୟରୁ ରାଜ୍ୟର ପାଖାପାଖି ୮୮ହଜାର ଉଠା ଦୋକାନୀ(ରାସ୍ତାରେ ଠେଲାଗାଡି ଲଗାଉଥିବା) ସେମାନଙ୍କର ଜୀବିକା ଗତ ଦେଢବର୍ଷ ଧରି ହରାଇଛନ୍ତି । ସେମାନଙ୍କ ଜୀବନ ଉପରେ ଲକଡାଉନ ଓ ସଟଡାଉନର ପ୍ରଭାବ ପଡୁଥିବାରୁ ସେମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୭ହଜାର ୬୫୭ଜଣ ଉଠାଦୋକାନୀଙ୍କ ପାଇଁ ୨୬କୋଟି ୩୯ଲକ୍ଷ ୭୧ହଜାର ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆର୍ଥକ ସହାୟତା ସେମାନଙ୍କୁ କିଛି ପରିମାଣରେ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସହରାଞ୍ଚଳର ଏହି ଉଠାଦୋକାନୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

13 − 9 =