ଆଇଆଇଏମ୍‌ ସମାବର୍ତ୍ତନ ସମାରୋହରେ ୧୮୭ ଶିକ୍ଷାର୍ଥୀ ସମ୍ମାନିତ

0 74

ସମ୍ବଲପୁର : ଏଠାରେ ପ୍ରତିଷ୍ଠିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ୪ର୍ଥ ଓ ୫ମ ସମାବର୍ତ୍ତନ ଉତ୍ସବରେ ଗତକାଲି ୧୮୭ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ନାନାଦି ବାଧାବିଘ୍ନ ସତ୍ତେ୍ୱ ଏଠାରେ ୭ ବର୍ଷ ପୂର୍ବେ ସ୍ଥାପିତ ଏହି ଉଚ୍ଚ଼ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ବିଭିନ୍ନ ସ୍ତରରେ ସଫଳତା ହାସଲ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନିଜକୁ ପରିଚିତ କରାଇଛି । ଗତକାଲିର ସମାବର୍ତ୍ତନ ସମାରୋହରେ ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲ ଅଧ୍ୟକ୍ଷତା କରିଥିଲେ ଓ ଆମନ୍ତ୍ରିତ ମୁଖ୍ୟ ଅତିଥି ରୂପେ ଜିନ୍ଦଲ ଷ୍ଟିଲ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ ମଞ୍ଚାସୀନ ରହିଥିଲେ । ସେ ତାଙ୍କ ଅଭିଭାଷଣରେ ଆଇଆଇଏମ୍‌ ସମ୍ବଲପୁରର ଭୁୟସୀ ପ୍ରଶଂସା କରି କହିଲେ ଅଳ୍ପ ସମୟ ମଧ୍ୟରେ ଏହା ନିଜ ସଫଳତା ପ୍ରମାଣ କରି ଦେଖାଇବାରେ ସକ୍ଷମ ହୋଇଛି ।

hiring

ବର୍ତ୍ତମାନ ସମସ୍ତ ପ୍ରତିକୂଳ ସ୍ଥିତିରେ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସଂସ୍ଥାନ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଲେ ବିଗତ ୭ ବର୍ଷର ଅଳ୍ପକାଳ ମଧ୍ୟରେ ଏହା ଉତ୍କର୍ଷ ପ୍ରବନ୍ଧନ ପ୍ରଦର୍ଶିତ କରିଛି, ଯେଉଁଥି ପାଇଁ ସେ ଗର୍ବିତ । ବିଷଦ ଅନ୍ୱେଷଣ, ଚର୍ମ ଏକାଗ୍ରତା ଓ ଅନ୍ତର୍ଭୁକ୍ତିକରଣ ଆଦିକୁ ପାଥେୟ କରି ନିରନ୍ତର ଅଗ୍ରସର ହେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶକଙ୍କ ଅଭିଭାଷଣରେ ପ୍ର. ଜୟସୱାଲ କହିଲେ ନିଜ ଦେଶର ସର୍ବାଙ୍ଗୀନ ବିକାଶ ଦିଗରେ ଏହି ପ୍ରବନ୍ଧନ ସଂସ୍ଥାନ କାମ କରିଆସୁଛି ଓ ଏଠାରେ ଶିକ୍ଷାର୍ଥୀଙ୍କୁ ଜଣେ ଜଣେ ଦାୟିତ୍ୱସମ୍ପନ୍ନ ଉଦ୍ୟମୀ ରୂପେ ଗଢି ଉଠିବା ପାଇଁ ଶିକ୍ଷା ଦିଆଯାଉଛି । ବିଗତ ବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶତପ୍ରତିଶତ ନିଯୁକ୍ତି ମିଳିଛି, ଯାହାକି ସଂସ୍ଥାନ ପାଇଁ ଗର୍ବର ବିଷୟ ।

hiranchal ad1
Leave A Reply

Your email address will not be published.

7 + 3 =