ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେବଳ ନାଁକୁ ମାତ୍ର, ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼ ହିତାଧିକାରୀଙ୍କୁ ମିଳୁନି ଚାଉଳ

0 312

କ.ନୂଆଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୁଣ୍ଡପିଛା ୧୫ କେଜି ଚାଉଳ ଓ ପରିବାର ପିଛା ୩ କେଜି ଡାଲି ମାଗଣାରେ ବଣ୍ଟନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼ ହିତାଧିକାରୀଙ୍କୁ ଏହି ଯୋଜନାର ସୁଫଳ ମିଳୁନାହିଁ । ମିଳିଥିବା ସୂଚନା ଅନୁଯାୟୀ, ବଣ୍ଡଗୁଡ଼ା ପଞ୍ଚାୟତରେ ବର୍ତ୍ତମାନ ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଞ୍ଚାୟତର ପ୍ରଦେଶୀ ପ୍ରଧାନ, ବିସିକେଶନ ନାୟକ, ଅଞ୍ଜୁତା ଦଳବେହେରା, ପ୍ରଭାସିନୀ ସାହୁ, ମୀତା ପାତ୍ର, ଅନୁସୟା ବିନ୍ଧାଣୀ ତଥା ଅନେକ ହିତାଧିକାରୀଙ୍କୁ ମୁଣ୍ଡପିଛା ୧୫ କେଜି ଚାଉଳ ଦେବା ପରିବର୍ତ୍ତେ ପରିବାରର ମୁଖିଆଙ୍କୁ ୧୫ କେଜି ଚାଉଳ ଦେଇ ବଳକା ଚାଉଳ ପଞ୍ଚାୟତ ହଡ଼ପ କରୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ସାଧାରଣ ସମ୍ପାଦକ ବିଜୟ କୁମାର ସାହୁ ଯୋଗାଣ ନିରୀକ୍ଷକ ଅଧିକାରୀ, କ. ନୂଅଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଣୁ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣ ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

2 × four =