ବୌଦ୍ଧ/ବାଉଁଶୁଣୀ,୧୧/୩ – ଆସନ୍ତା କାଲି ଓଡିଶା ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ଯିବା ବାଟରେ କିଛି ସମୟ ପାଇଁ ବାଉଁଶୁଣୀରେ ଅଟକି ଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ l ପ୍ରଥମେ ଶ୍ରୀ ସିଂ ଡାକ୍ତର ରାଜେଶ ତ୍ରିପାଠୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଏହା ପରେ ପରେ ବାଉଁଶୁଣୀ ବଉଦିଆ ପଡା ଠାରେ ସ୍ଥାନୀୟ ବାସିନ୍ଦା ମାନେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ | ସେଠାରୁ ଯାଇ ମନ୍ତ୍ରୀ ଶ୍ରୀ ସିଂ ଶିବରାତ୍ରୀ ଥିବାରୁ ଦ୍ବାଦଶ ଶତାବ୍ଦୀରେ ନିର୍ମିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଭୁବନେଶ୍ବର ମହାଦେବଙ୍କ ଦର୍ଶନ କରିଥିଲେ | ମନ୍ଦିର କମିଟିର ସଭାପତି ନାରୟଣ ଦେହୁରୀ, ସମ୍ପାଦକ ବାବାରାମ୍ ଦେହୁରୀ, ସେବାୟତ ମଣ୍ଡଳୀ ଓ ଶିବରାତ୍ରୀ କମିଟିର ସଦସ୍ୟ ମାନେ ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ | ମନ୍ଦିରର ବିକାଶ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ | ବାଉଁଶୁଣୀ ପରିଦର୍ଶନ ସମୟରେ ଡାକ୍ତର ରାଜେଶ ତ୍ରିପାଠୀ, ଇଂ. ରାକେଶ ତ୍ରିପାଠୀ, ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ସମେତ ଶତାଧିକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ l