ମୃତ ବାର୍ହା ସହ ବାଇକ ଜବତ, ୨ ଗିରଫ

0 650

hiring

ଦଶପଲ୍ଲା,୩/୭ :- ଗୁରୁବାର ବିଳମ୍ବିତ ରାତିରେ ଦଶପଲ୍ଲା ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ବାଇକ ସହିତ ଏକ ମୃତ ବାର୍ହା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟାଙ୍ଗିସାହି ଗ୍ରାମର ଭାଗିରଥି ଯାନୀ ଓ ତ୍ରିଲୋଚନ ଯାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ବୁଧବାରଦିନ କାଠଚୋର ମାନଙ୍କୁ ଧରିବାପାଈଁ ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ ପୋଖରିଗୋଛା ସେକ୍ସନ ବନପାଳ ଶୁଭେନ୍ଦୁ କୁମାର ନାଏକ,ବନରକ୍ଷୀ ସଂଜୟ ମହାପାତ୍ର,ଅଜୟ ସାହୁ ଓ ଫରେଷ୍ଟ ସ୍କ୍ୱାର୍ଡ ମିଳିତ ଭାବେ କୁଆଁରିଆ-ଭୋଗବାଡି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଡ଼ାଳିପଦର ଠାରେ ବେ- ଆଇନ ଭାବେ ବାଇକରେ ଭାଗିରଥି ଏବଂ ତ୍ରିଲୋଚନ ଏକ ମୃତ ବାର୍ହାକୁ ଜରିବସ୍ତାରେ ଧରି ଆସୁଥିବା ଦେଖି ତାଙ୍କୁ ଅଟକାଇଥିଲେ । ଏ ସମ୍ପର୍କରେ ବନବିଭାଗ କର୍ମଚାରୀମାନେ ତାଙ୍କୁ କାଗଜପତ୍ର ମାଗିଥିଲେ ମଧ୍ୟ ସେମାନେ ଦେଖାଇ ପାରିନଥିଲେ ଫଳରେ ବନ କର୍ମଚାରୀମାନେ ବାଇକ ସହ ମୃତ ବାର୍ହାକୁ ଜବତ କରିବା ସହ ଭାଗିରଥି ଓ ତ୍ରିଲୋଚନ କୂ ଧରି ଦଶପଲ୍ଲା ସ୍ଥିତ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯାଳୟକୁ ଆଣି ପଚରାଉଚରା କରିଥିଲେ । ପଚରା ଉଚରା ସମୟ ରେ ସେମାନେ ଏହି ବାର୍ହାକୁ ଡ଼ାଳିପଦରରୁ ଆଣିଥିବା ପ୍ରକାଶ କରିଥିବା ବେଳେ ଆଦିବାସୀ ଲୋକ ହୋଇଥିବାରୁ ତ୍ରିଲୋଚନ ଙ୍କ ମା ମୃତ୍ୟୁ ସୁଧ କାର୍ଯ୍ୟ ପାଇଁ ଏହି ବାର୍ହା ନେଇ ଯାଉଥିବା ପ୍ରକାଶ କରିଥିଲେ । ପରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ୨୩/୨୦-୨୧ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ବାରହାର ବ୍ୟବଛେଦ କରି ,ଭାଗିରଥି ଓ ତ୍ରିଲୋଚନକୁ କୋର୍ଟଚାଲାଣ କରା ଯାଇଛି । ବନ ବିଭାଗ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ , ଦଶପଲ୍ଲା ଅଂଚଳରେ ପ୍ରତିଦିନ ବନ୍ୟପ୍ରାଣୀଅବାଧ ଶିକାର ହେଉଥିଲେ ମଧ୍ୟ ବନବିଭାଗ କିପରି ଓ କାହିଁକି ନିରବଦ୍ରଷ୍ଟା ସାଜିଛି ତାହା ବୁଝି ହେଉନାହିଁ ।

hiranchal ad1
Leave A Reply

Your email address will not be published.

17 + eleven =