କିଡନୀ ରୋଗରେ ଆକ୍ରାନ୍ତ ପୋଷ୍ଟପିଅନଙ୍କ ମୃତ୍ୟୁ

0 319


ହରଭଙ୍ଗା,୧୪/୭ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂଙ୍କୁଲେଇ ପଂଚାୟତ ସଙ୍କୁଲେଇ ହରିଜନସାହିର ନଟବର ଦୀପଙ୍କ (୫୧) ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ସୂତ୍ରରୁ ଜଣାପଡିଛି । ସେ କୀଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହରଭଙ୍ଗା ଡାକ କାର୍ଯ୍ୟାଳୟରେ ଡାକ ପିଅନ୍ ଭାବେ କାର୍ଯ୍ୟ କରୁଥିବାବେଳେ ଦୀର୍ଘଦିନ ହେଲା ଶରୀରର ଦୁଇଟି ଯାକ କିଡନି ଆକ୍ରାନ୍ତ ହୋଇ ରୋଗରେ ପିଡିତ ଥିଲେ । ଚିକିତ୍ସା ପାଇଁଁ ବୌଦ୍ଧ,ଫୁଲବାଣୀ,ବୁର୍ଲା ଭଳି ବିଭିନ୍ନ ମେଡିକାଲ୍କୁ ନେଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏପଟେ ଶରୀରର ଚିକିତ୍ସା ପାଇଁଁ ଥିବା ସମସ୍ତ ଅର୍ଥ ଖର୍ଚକରି ସାରିଥିବାବେଳେ ବର୍ତ୍ତମାନ ଶୁଦ୍ଧିକ୍ରିୟା ପାଇଁଁ ବି ପରିବାରଙ୍କୁ ଅର୍ଥ ସାଜିଛି ବାଧକ । ନଟବରଙ୍କ ବର୍ତମାନ ୨ଟି ଝିଅ ଥିବାବେଳେ ଜିଲ୍ଲାପ୍ରଶାସନ ଏହି ଅସହାୟ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବିହେଉଛି।

hiranchal ad1
Leave A Reply

Your email address will not be published.

6 + eleven =