ଫୁଲବାଣୀ,୧୧/୩: ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ବୁଧବାର ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେଷ୍ଟ ରେଞ୍ଜ ଅର୍ନ୍ତଗତ ଲାଇନ ପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ। ଗିରଫ ବ୍ୟକ୍ତି ଜଣଙ୍କ ଲାମ୍ବ୍ରାଖୋଲ ଗ୍ରାମର ଇଶ୍ଵର କହଁର ବୋଲି ଟିକାବାଲି ଜଙ୍ଗଲ ବିଭାଗ ରେଞ୍ଜର ବରିଷ୍ଠ ବନପାଳ ସଦାନନ୍ଦ ବେହେରା କହିଛନ୍ତି।ଇଶ୍ବରଙ୍କ ନାମରେ କେସନଂ- ୨୦୧/୨୧ ଓଡ଼ିଶା ଫରେଷ୍ଟ ଆକ୍ଟ ୧୯୭୨ ସେକ୍ସେନ ୨୭(୩) (ଏ,) ପ୍ରକାରେ ମାମଲା ରୁଜୁ କରି ଗିରଫ କରିଥିବା ବନପାଳ ଶ୍ରୀ ବେହେରା କହିଛନ୍ତି ।
ଟିକାବାଲି ବନ ବିଭାଗ କର୍ମଚୀରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତକୁ ଗିରଫ ସମ୍ଭବ ହୋଇଥିବା ଜଣାପଡିଛି । ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସତର୍କ ନିଜର ରଖିବା ସହ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଥିବା ଟିକାବାଲି ବୈରାଗି ଚରଣ ବେହେରା କହିଛନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସ୍କାଡ ଗଠନ କରିବା ସହ ବନ ସୁରକ୍ଷା ସମିତିକୁ ମଧ୍ୟ ନିଆଁ ଲିଭା ଦାୟିତ୍ଵ ଦିଆଯାଇଛି। ଆଗକୁ ଯେପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ ପେଟ୍ରୋଲିଂକୁ ଯୋରଦାର କରାଯାଇଥିବା ରେଞ୍ଜର ବେହେରା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post