ବୌଦ୍ଧ : ଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ !

0 1,534

ବୌଦ୍ଧ,୧୭/୧୦ – ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ସବୁବେଳେ ଚର୍ଚ୍ଚାରେ l କେତେବେଳେ କିରାଣୀ ଓ ଶିକ୍ଷକ ମାନଙ୍କ ପଦୋନ୍ନତିକୁ ନେଇ ତ କେତେବେଳେ ଦୁର୍ନୀତି ଓ ପ୍ରିୟା ପ୍ରୀତି ଅଭିଯୋଗକୁ ନେଇ l ବର୍ତ୍ତମାନ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନାମ ଲେଖାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବହେଳା ଓ ଦାୟିତ୍ବ ହୀନତା ଆଲୋଚନାର ଖୋରାକ୍ ଯୋଗାଇଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ସଦର ପଂଚାୟତ ଦେଉଳ ଡୁଙ୍ଗରି ଗ୍ରାମର ପ୍ରକାଶ ସୁନାଙ୍କ ପୁଅ ଶୁଭ୍ରଜିତ୍ କଣ୍ଟାମାଳର ନରୋତ୍ତମ ପବ୍ଲିକ୍ ସ୍କୁଲରେ ପାଠ ପଢୁଥିଲେ l ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ନାମ ଲେଖାଇବା କଥା ମାତ୍ର ସେ ପଢୁଥିବା ବିଦ୍ୟାଳୟର ସି. ଓ. ଆର. ନଥିବା କହି ଆଦର୍ଶ ବିଦ୍ୟାଳୟ କର୍ତୃପକ୍ଷ ନାମ ଲେଖାଇବା ପାଇଁ ମନା କରୁଛନ୍ତି | ଏ ସମ୍ପର୍କରେ ପ୍ରକାଶ ସୁନା ବୌଦ୍ଧ ଡି. ଇ. ଓ. ଓ ଜିଲ୍ଲାପାଳଙ୍କ ନିକଟରେ ପୁଅର ନାମ ଲେଖାପାଇଁ ଅନୁରୋଧ କରିଥିଲେ | ଡି. ଇ. ଓ. ବିଭାଗୀୟ ନିର୍ଦ୍ଦେଶାଳୟକୁ ପତ୍ର ଲେଖିବା ପରେ ସେଠାରୁ ଉତ୍ତର ଆସିଲା ଯେ ଡି. ଇ.ଓ. ଏ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ | ସେ ଏସ. ଏଲ. ସି. ରେ କାଉଣ୍ଟର ସାଇନ୍ କଲେ ପିଲାର ନାମ ଲେଖା ହୋଇ ପାରିବ l ଅବିଭାବକଙ୍କ ଅଭିଯୋଗ ଅନୁଯାୟୀ ଡି. ଇ. ଓ. କିନ୍ତୁ କାଉଣ୍ଟର ସାଇନ୍ କରିବାକୁ କୁଆଡେ ଦିନ ଗଡ଼େଇ ଚାଲିଛନ୍ତି l ନାମଲେଖା ହୋଇ ନ ପାରିବାରୁ ଛାତ୍ରଙ୍କ ପରିବାର ତାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି l ଯଦି ନରୋତ୍ତମ ପବ୍ଲିକ୍ ସ୍କୁଲର କାଗଜପତ୍ର ନାହିଁ ତେବେ ସେ ବିଦ୍ୟାଳୟର ଛାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ କିଭଳି ଓ କିଏ ମନୋନୀତ କରିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜଣେ ବାଳକକୁ ନାମ ଲେଖାରୁ ବଞ୍ଚିତ ନ କରି ତାର ନାମଲେଖା କିଭଳି କରାଯାଇପାରିବ ସେ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

2 + 8 =