ଫୁଲବାଣୀ,୧୦/୧୦:ସର୍ଵ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ଝିଅ ମେଲିସା ନାୟକ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି। ଅନ ଲାଇନ ମାଧ୍ୟମରେ ମିସ ଟିନ ଡିଭା ୨୦୨୦ ପରୀକ୍ଷା ଦେଇଥିଲେ ମେଲିସା।ତିନି ହଜାର ପ୍ରତିଯୋଗୀ ମଧ୍ୟରୁ ୨୫ଜଣକୁ ଚୟନ କରାଯାଇଛି।ସେମାନଙ୍କ ମଧ୍ୟରୁ ଓଡିଶାରୁ ୨ ଜଣ ଅଛନ୍ତି ।ଜଣେ ଭୁବନେଶ୍ୱରର ହୋଇଥିବାବେଳେ ଅନ୍ୟ ଜଣେ ମେଲିଶା କନ୍ଧମାଳର।ମେଲିସାଙ୍କ ନିକଟରେ ଇ ମେଲ ଜରିଆରେ ଫଳା ଫଳ ପହଞ୍ଚିବା ପରେ ଖୁସିର ଲହରୀ ଖେଳିଯାଇଛି ତାଙ୍କ ପରିବାର, ସହପାଠୀ,ପଡୋଶୀ ଏବଂ ସମଗ୍ର ରାଇକିଆ ଅଞ୍ଚଳରେ ।ଏଥି ସହିତ ଶୁଭେଚ୍ଛା ବାର୍ତାର ସୁଅ ଛୁଟିଛି ମେଲିସା ନିକଟରେ।ତେବେ ଏତେ ବଡ଼ ପ୍ରତିଯୋଗିତା ପାଇଁ ଅର୍ଥ ସାଜିଛି ବାଧକ ମେଲିଶାଙ୍କ ପାଇଁ।ଜିଲ୍ଲା ପ୍ରଶାସନ ପକ୍ଷରୁ କିମ୍ବା ସରକାରଙ୍କ ସହାୟତା ମିଳିଲେ ଆଗକୁ ଯାଇପାରିବେ ବୋଲି ଆଶା ବାନ୍ଧି ରହିଛନ୍ତି ମେଲିଶା ।
Sign in
Sign in
Recover your password.
A password will be e-mailed to you.