ପ୍ରାଣୀ ଚିକିତ୍ସକ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗଦେଲେ

0 90

ଦାରିଙ୍ଗବାଡି,୨୩/୧୧: ରାଜ୍ୟରେ ପ୍ରାଣୀ ଚିକିତ୍ସକ ସେବା ସଂଘ ଓ ଭେଟେରୀନାରୀ ସର୍ଭିସ ଆସୋସିଏସନ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଏକାଧିକ ଦାବୀ ତଥା କନିଷ୍ଟ ପ୍ରବେଶିକା କରିବା , ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରରେ ଚିକିତ୍ସକଙ୍କୁ ଡାଟାଏଣ୍ଟ୍ରି କାର୍ଯ୍ୟରେ ନିୟୋଜିତ ନକରିବା ଓ ସମସ୍ତ ପ୍ରାଣୀ ଚିକିତ୍ସକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ଭଳି ଏକାଧିକ ଦାବୀ ନେଇ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଥିଲେ । ରାଜ୍ୟ ସରକାର ଦାବୀକୁ ବିଚାର କରିବା ପରିବର୍ତ୍ତେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଚାପ କରୁଥିବାରୁ ପ୍ରାଣୀ ଚିକିତ୍ସକ ସେବା ସଂଘ ଓ ଭେଟେରୀନାରୀ ସର୍ଭିସ ଆସୋସିଏସନ ସରକାରଙ୍କୁ ଚାପ ପକାଇବା ପାଇଁ ସପ୍ତାହ ବ୍ୟାପି କଳାବ୍ୟାଜ ପିନ୍ଧି କାର୍ଯ୍ୟକରିବା ନେଇ ନିଷ୍ପତି ନିଆଯାଇଛି । ଏହାର ନିର୍ଦ୍ଦେଶରେ ଦାରିଙ୍ଗବାଡ଼ି ବ୍ଳକ ପ୍ରାଣୀ ଚିକିତ୍ସକ ଚିନ୍ମୟ କୁମାର ସାହୁ ଗତ ୨୦ତାରିଖ ଠାରୁ କଳାବ୍ୟାଜ ପିନ୍ଧି କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଏହା ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡିଛି । ରାଜ୍ୟ ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରାଣୀ ଚିକିତ୍ସକଙ୍କ ଦାବୀକୁ ପୂରଣ ନକରନ୍ତି ତେବେ ସମସ୍ତ ପ୍ରାଣୀ ଚିକିତ୍ସକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେବୋଲି ଚେତାଵନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + fourteen =