ଫୁଲବାଣୀ,୨୪/୧୧: ମାସେ କି ଦି ମାସ ନୁହେଁ ଗଲା ୩ ବର୍ଷ ହେଲାଣି ବିଞ୍ଚଣାରେ ପଡିରହିଛି କନ୍ଧମାଳ ଜିଲ୍ଲ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପରିକୁଡି ପଞ୍ଚାୟତର ସକାଡି ଗ୍ରାମର ଦେବକୀ କୁଦେଇ । ଦେବକୀର ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି ପରିବାର ଲୋକେ । ଆଗରୁ ପାଠ ପଢୁଥଲା ଦେବକୀ । ଏବେ ଆଉ ସ୍କୁଲ ଯାଉନି । ସାଙ୍ଗସାଥିଙ୍କ ସହ ଖେଳି ବୁଲି ମଧ୍ୟ ପାରୁନି। ୩ ବର୍ଷ ତଳେ ଦେହରେ ନିଆଁ ଲାଗିଯାଇ ପୋଡି ହୋଇଯାଇଥିଲା ସେ। ଚିକିତ୍ସା କରାଯିବା ଫଳରେ ଜୀବନ ବଞ୍ଚିଯାଇଥିଲା ତାର । ହେଲେ ହାତ ଗୋଡ କାମ କରୁ ନି ଭଲ ଯାଫଳରେ ଯାଆ ଆସ କରି ପାରୁନି ଦେବକୀ । ଝିଅର ଚିନ୍ତାରେ ବାପା ମା ଦୁଃଖରେ ଭାଙ୍ଗିପଡିଛନ୍ତି। ଝିଅ ଟିଏ ହୋଇ ଥିବାରୁ ତାର ବାହାଘର କେମିତି ହେବ ଆଉ ସେ କିପରି ଭଲରେ ଘର ସଂସାର କରିବ ସେ ଚିନ୍ତା ଘାରିଛି ବାପା ମାକୁ । ବାପା କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର କଷ୍ଟେ ମଷ୍ଟେ ଚଳିଯାଉଛି ସିନା ଝିଅ ର ଚିକିତ୍ସା କରିବା ସମ୍ଭବ ହେଉନି।ସରକାର କିମ୍ବା କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହାୟତା ଯୋଗାଇଦେଲେ ଦେବକୀର ଚିକିତ୍ସା ହୋଇପାରନ୍ତା ଆଉ ସେ ସୁସ୍ଥ ହୋଇଯାଆନ୍ତା ବୋଲି ଆଶାବାନ୍ଧି ରହିଛନ୍ତି ପରିବାର ଲୋକେ ।