ବୌଦ୍ଧ ,୧୪/୭:-ବୌଦ୍ଧ ବ୍ଲକ ଜୁଲାଇ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣି ଓ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ସାମନ୍ତରାୟ ସରକାରଙ୍କର “ମୋ ଗାଁ ମୋ କର୍ତ୍ତବ୍ୟ “ଜୁଲାଇ 15ରୁ ଅକ୍ଟୋବର 10ଯାଏ ଚାଲିବ ଓ ଦ୍ଵିତୀୟ ଶ୍ରେଣୀ ଗଣିତ ଶିକ୍ଷଣ ଫଳାଫଳ 11ଉପରେ ଆଲୋଚନା କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ମୋ ସ୍କୁଲ ଅଭିଯାନର ସମୀକ୍ଷା କରି, ଯେଉଁ ବିଦ୍ୟାଳୟ ଗୁଡିକ ବର୍ତ୍ତମାନ ସୁଦ୍ଧା କରିନାହଁ ଜୁଲାଇ 23ତାରିଖ ସୁଦ୍ଧା ଜମାଖାତା ଖୋଲାଇବାକୁ ସୂଚନା ଦେଇଥିଲେ l 2020-21ଶିକ୍ଷାବର୍ଷର ଆର୍ଥିକ ଖର୍ଚ୍ଚ ବିବରଣୀ ୟୁ ସି, ଚଳିତ ମାସରେ ଏଚ ଆର ଫର୍ମ ଦିଆଯିବ, ଶିକ୍ଷକମାନେ ଦେଉଥିବା ଦରମା ବିଲରେ ଶିକ୍ଷକ ମାନଙ୍କ ଦସ୍ତଖତ ରହିବ, ପୁସ୍ତକ ବଣ୍ଟନ ଆଦି ଆଲୋଚନା କରି ପିଲାମାନଙ୍କ ପାଠପଢ଼ାକୁ କିପରି ଅଧିକ ଗୁରତ୍ୱ ଦିଆଯାଇପାରିବ ସେଭଳି କାମକରିବାକୁ ଶିକ୍ଷକ ମାନେ ସଦା ତତ୍ପର ରହିବେବୋଲି ପରାମର୍ଶ ଦେଇଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ପ୍ରାଥମିକ ବୃତ୍ତି, ପି ଏମ ଏସ, ଖୁସି, ନିଷ୍ଠା, ପ୍ରାଥମିକ ବିଦ୍ୟାଳୟ ତଥ୍ୟ ଆଦି ବିଭାଗୀୟ ବିଷୟରେ ଆଲୋଚନା କରିଥିଲେ l ମଧ୍ୟାହ୍ନ ଭୋଜନ ବିଷୟରେ ଶୁଭେନ୍ଦୁ କୁମାର ବାରିକ, ଏକ୍ସ ଟେଣ୍ଡେଡ ଏମ ଆଇ ଏସ ରେ ଇମ୍ଫାଷ୍ଟକଚର ଓ ସ୍କୁଲ ପ୍ରୋଫାଇଲେ ଅପ ଡେଟ କରିବା ଉପରେ ଛନ୍ଦାରଣୀ ପ୍ରଧାନ ଓ ପରୀକ୍ଷା ବିଭାଗର ତଥ୍ୟ ଦିନେଶ କୁମାର ସାହୁ ପ୍ରଦାନ କରିଥିଲେ l ସିଆର ସି ସି ରାଜ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ l ସନ୍ତୋଷ କୁମାର କର୍ଣ୍ଣ, ଲବକିଶୋର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ଅରବିନ୍ଦ ମହାଲିକ, ସନତ କୁମାର ବାରିକ, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ସଞ୍ଜୟ କୁମାର ଦେହୁରୀ, ଶେଷଦେବ ପ୍ରଧାନ ଙ୍କ ସହିତ ସମସ୍ତ ସିଆର ସି ସି ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post