ଗାଁକୁ ଫେରିଲା ମୃତ ଦାଦନଙ୍କ ଶବ

0 2,317

hiring

ବୌଦ୍ଧ,୧୨/୧୦- ସୁଦୂର ତାମିଲନାଡୁ ରାଜ୍ୟ କୁ ପେଟ ପାଟଣା ପାଇଁ କାମ କରିବାକୁ ଯାଇ ସେଠାରେ ମ୍ରୁତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜ କିଶୋର ସେଲମା (22) ଙ୍କ ଶବ ଗତ କାଲି ନିଜ ଗ୍ରାମ କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ସେଲମା ପଡାରେ ପହଞ୍ଚିଛି l ସେ କାର୍ଯ୍ୟ କରୁଥିବା ଚିଙ୍ଗୁଡି କମ୍ପାନୀର ମାଲିକ ଗୋଟିଏ ସ୍ବତନ୍ତ୍ର ଗାଡ଼ିରେ ପଠାଇଥିବା ରାଜକିଶୋରଙ୍କ ମୃତ ଦେହ ଗାଆଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକା ସେଲମା ପଡାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କମ୍ପାନୀ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଥିଲେ | ରାଜକିଶୋର ଅନ୍ୟ ମାନଙ୍କ ସହ କାମ କରିବାକୁ ତାମିଲନାଡୁ ଯାଇଥିଲେ l ସେଠାରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

3 + 7 =