ବୌଦ୍ଧ : କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମିଶ୍ର

0 1,476

ବୌଦ୍ଧ,୫/୧୨ – ବୌଦ୍ଧ ଜିଲ୍ଲା କଂଗ୍ରେସର ଆଇନ୍ ବିଭାଗର ଅଧ୍ୟକ୍ଷ ଭାବରେ ବରିଷ୍ଠ ଆଇନଜୀବି ବିଶ୍ୱଜିତ ମିଶ୍ର ମନୋନୀତ ହୋଇଥିବା ଜଣା ପଡିଛି l ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦେଇଥିବା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଶ୍ରୀ ମିଶ୍ର ଭୁବନେଶ୍ବରସ୍ଥିତ କଳିଙ୍ଗ ଆଇନ୍ ମହାବିଦ୍ୟାଳୟରୁ ଓକିଲାତି ଡିଗ୍ରୀ ହାସଲ ପରେ 2002 ମସିହାରୁ ଷ୍ଟେଟ୍ ବାର କାଉନସିଲରୁ ଓକିଲାତି ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିଲେ | ବୌଦ୍ଧ ଜିଲ୍ଲା ବାର ଆସୋସିଏସନର ସଦସ୍ୟ ଥିବା ଶ୍ରୀ ମିଶ୍ର 2002 ମସିହାରୁ ନିୟମିତ ଓକିଲାତି କରି ଆସୁଛନ୍ତି |

hiranchal ad1
Leave A Reply

Your email address will not be published.

2 + 2 =