ହାତୀ ଖାଇଗଲେ 2 ଏକର ଧାନ ଫସଲ, ସହାୟତା ଦାବି

0 1,128

hiring

ବୌଦ୍ଧ,୭/୧୧ – କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ଫରେଷ୍ଟ ଅଧୀନ ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ଏକର ଏକର ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରି ଦେଉଥିବାରୁ ଚାଷୀ ମାନଙ୍କ ମୁଣ୍ଡରେ ଚଡ଼କ ପଡିଛି l ଗତକାଲି ସନ୍ଧ୍ୟା ପ୍ରାୟ 6 ଘଣ୍ଟାରୁ 7 ଘଣ୍ଟା ସମୟରେ ଘଣ୍ଟାପଡା ଗ୍ରାମ ପଂଚାୟତ ନାରାୟଣପାଲି କ୍ଷେତିପଡାକୁ 14 ଗୋଟି ଜଙ୍ଗଲୀ ହାତୀ ଆସି ଜଣେ ଗରୀବ ଚାଷୀ ଛବି ଡାଙ୍ଗଙ୍କ 2 ଏକର ଜମିରେ ଥିବା ପାଚିଲା ଧାନ ଖାଇ ମାଡ଼ି ଦଳି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିବା ଜଣାପଡିଛି l ସେହିପରି ଯେଉଁ ଧାନ ବିଲ ଦେଇ ଯାତାୟତ କରୁଛନ୍ତି ତାଙ୍କ ପାଦରେ ଦଳି ହୋଇ ଅନେକ ଚାଷୀଙ୍କ ମଧ୍ୟ ଆଂଶିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି l ନିକଟସ୍ଥ ବ୍ରାହ୍ମଣୀପାଲ ଜଙ୍ଗଲରେ ରହୁଥିବା ଉକ୍ତ 14 ଗୋଟି ହାତୀ ଅନେକ ଦିନ ଧରି ଏ ଅଞ୍ଚଳରେ ଉତ୍ପାତ କରୁଥିଲେ ମଧ୍ୟ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଆଜି ସକାଳେ କ୍ଷୟକ୍ଷତିର ଶିକାର ହୋଇଥିବା ଚାଷୀ ମାନେ ଘଣ୍ଟାପଡା ଫରେଷ୍ଟର କାର୍ଯ୍ୟାଳୟକୁ ଆସି ଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥିବାରୁ ହତାଶ ହୋଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା l ବନ ବିଭାଗ ହାତୀ ଘଉଡାଇବl ସହ କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

twenty + one =