ଜିଲ୍ଲାରେ ବିଜୁ କୃଷକ ଯୋଜନା ଫେଲ୍ !

0 629

ବୌଦ୍ଧ,୧୪/୮ – କୋଟି କୋଟି ଟଙ୍କା ବ୍ୟୟ କରି ବିଜୁ କୃଷକ ଯୋଜନା ମାଧ୍ୟମରେ ଜଳ ସେଚନର ସୁବିଧା ଯୋଗାଇବା ପାଇଁ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ସରକାର ବୌଦ୍ଧ ଜିଲ୍ଲାରେ ଆରମ୍ଭ କରାଇଥିଲେ l ଓଡିଶା ଉଠା ଜଳ ସେଚନ ନିଗମ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଆବେଦନ କରି ଏ ଯୋଜନାରେ ହିତାଧିକାରୀ ହୋଇଛନ୍ତି | ମାତ୍ର ପରିତାପର ବିଷୟ ଯୋଜନା ରୁପlୟନ ଦାୟିତ୍ବରେ ଥିବା ସରକାରଙ୍କ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଓ ବିଭିନ୍ନ ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ଚାଷୀ ଉପକାର ପାଇ ପାରୁନଥିବା ଅଭିଯୋଗ ହେଉଛି l
ଏଭଳି ଅନେକ ଅଭିଯୋଗ ପ୍ରତିଦିନ ଆସୁଥିଲେ ମଧ୍ୟ ତାର ସମାଧାନ କରିବାକୁ କୌଣସି ଅଧିକାରୀ ଗୁରୁତ୍ବ ଦେଉ ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି | ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ବାଲିଦୋହଲି ଗ୍ରାମରେ ଦୁଇଟି ପ୍ରକଳ୍ପ ୨୦୧୯-୨୦ ଆର୍ଥିକ ବର୍ଷରେ ସମ୍ପୁର୍ଣ୍ଣ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗଭୀର ନଳକୂପ ବାଲିଦୋହଲି ପୁଞ୍ଜ -୨ ରେ ସଂଜୟ କୁମାର୍ ମହାକୁଡ, ପଦ୍ମ ଚରଣ କର୍ଣ୍ଣ, ଜୟନ୍ତ ପ୍ରଧାନ ଓ ସନ୍ତୋଷ ପ୍ରଧାନ ନାମକ ଚାରି ଜଣ ହିତାଧିକାରୀ ଅଛନ୍ତି l ସେମାନଙ୍କୁ ପ୍ରଦାନ କରାଯାଇଥିବା ବିଦ୍ୟୁତ୍ ପାଣି ମଟର ଗୁଡିକ ବହୁତ୍ ପୁରୁଣା ଅଚଳ l ସେଥିପାଇଁ ସେମାନେ ତାକୁ ଲଗାଇ ମଧ୍ୟ ନାହାନ୍ତି l ବୌଦ୍ଧ ଉଠା ଜଳ ସେଚନ ନିଗମ କାର୍ଯ୍ୟାଳୟରେ ଅଚଳ ମଟର ବଦଳାଇବା ପାଇଁ ବାରମ୍ବାର କହିଲେ ମଧ୍ୟ କୌଣସି ଧ୍ୟାନ ଦେଉନଥିବାରୁ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ଚାଷୀ ନିଜେ ତାକୁ ମରାମତି କରାଇ ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି | ସେଥିପାଇଁ ଅନେକ ଚାଷୀ ବ୍ୟବହାର ପୂର୍ବରୁ ଅଚଳ ହୋଇଥିବା ମଟର ଗୁଡିକ ଅଫିସକୁ ନେଇ ଫେରାଉ ଥିବା ଦେଖିବାକୁ ମିଳୁଛି l
ନିମ୍ନମାନର ଅଚଳ ଓ ଭଙ୍ଗା ଯନ୍ତ୍ରପାତି ଦେଇ ସରକାରୀ ଅନୁଦାନ ହଡ଼ପ କରିଥିବା ଠିକାଦାର ଓ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ବିଭିନ୍ନ ଅଂଚଳର ଚାଷୀ ମାନେ ଦାବୀ କରିବା ସହ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

11 − 3 =