ଜିଓ ଟlଗିଂ ଆର.ଏଚ. ଯୂଥ ଆସୋସିଏସର ଦାବିପତ୍ର ପ୍ରଦାନ

0 1,180

hiring

ବୌଦ୍ଧ,୧୭/୧୧- ବୌଦ୍ଧ ବ୍ଲକ ଆର.ଏଚ. ୟୂଥ ୟୁନିଅନ୍ ପକ୍ଷରୁ ତାଂକର ବିଭିନ୍ନ ସମସ୍ୟା ଉପରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି | ରାଜ୍ୟର ସମସ୍ତ ଜିଲ୍ଲାରେ ଜିଓ ଟlଗିଂ ପାଇଁ ନିଯୁକ୍ତ ଯୁବକ ମାନେ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି କିନ୍ତୁ ବୌଦ୍ଧ ଜିଲ୍ଲାରେ ସେମାନଙ୍କୁ ଅନ୍ୟାୟ ଭାବେ କାଢି ଦିଆଯାଇଅଛି ବୋଲି ସେମାନେ ଅଭିଯୋଗ କରିଛନ୍ତି | ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କ ଠାରୁ କାଗଜ ପତ୍ର ସଂଗ୍ରହ, ଅନ୍ ଲାଇନ ପଂଜିକରଣ, ନିର୍ମାଣ କାର୍ଯ୍ୟର ବିଭିନ୍ନ ସ୍ତରର ଫୋଟ ଉତ୍ତୋଳନ ଆଦି କାର୍ଯ୍ୟ 2017 -18 ମସିହାରୁ 2019 -19 ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କୌଣସି ସରକାରୀ ଆଦେଶ ନଥାଇ କାର୍ଯ୍ୟରୁ ଛଟେଇ କରାଯାଇଥିବା ଅଭିଯୋଗ କରିଛନ୍ତି | ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସମ୍ପର୍କରେ କୌଣସି ପତ୍ର ମଧ୍ୟ ଦିଆ ଯାଇନାହିଁ l ସେମାନଙ୍କ କାମ କରିଥିବା ସମୟର ବକେୟା ମଜୁରୀ ମଧ୍ୟ ପ୍ରଦାନ କରାଯାଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି |

hiranchal ad1
Leave A Reply

Your email address will not be published.

4 × 1 =