ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲାଣି 50ହଜାର ନିକଟତର

0 90

ନୂଆଦିଲ୍ଲୀ : ମଇ ମାସ ଆରମ୍ଭ ହେଉଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳେ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୦ହଜାରରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୪୯,୩୯୧ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ୧୬୯୪ରେ ପହଞ୍ଚିଛି । ଦେଶରେ କରୋନା ଆକ୍ଟିଭ୍ କେସ୍ ୩୩୫୧୪ ଥିବା ବେଳେ ୧୪୧୮୨ ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ବିଦେଶ ଯାଇଛନ୍ତି । ଦେଶରେ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫ହଜାରରୁ ଅଧିକ ହୋିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ସେହିପରି ବିଶ୍ୱରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨,୫୭,୨୦୭ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୬,୬୨,୧୦୧ରେ ପହଞ୍ଚିଛି । ୟୁରୋପରେ ସବୁଠାରୁ ଅଧିକ ୧.୫୦ ଲକ୍ଷ ଏହି ଭୟଙ୍କର ରୋଗରେ ମୃତ୍ୟୁବରଣ କରିଛନ୍ତି । ସୁପର ପାୱାର କୁହାଯାଉଥିବା ଆମେରିକା କରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆମେରିକାରେ ୨ହଜାରୁ ଅଧିକ ଲୋକ ପ୍ରାଣହାନୀ ଘଟିଛି । ମଙ୍ଗଳବାର ଏହି ସଂଖ୍ୟା ଥିଲା ୧ହଜାର । ଏଠାରେ କୋଭିଡ-୧୯ରେ ମୋଟ ମୃତକଙ୍କ ସଂଖ୍ୟା ୭୧ହଜାର ଅତିକ୍ରମ କରିସାରିଲାଣି ।

hiranchal ad1
Leave A Reply

Your email address will not be published.

11 − ten =