ବୌଦ୍ଧ ପାଇଁ ଗର୍ବ ଆଣିଛନ୍ତି ପ୍ରଫେସର ଡ. କରୁଣାକର ନନ୍ଦ

0 1,810

ବୌଦ୍ଧ,୧୨/୧୧ – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ନନ୍ଦଙ୍କ ସୁପୁତ୍ର ପ୍ରଫେସର୍ ଡ଼. କରୁଣାକର ନନ୍ଦ ବୌଦ୍ଧ ପାଇଁ ଗୌରବ ଆଣି ଦେଇଛନ୍ତି l ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ତରଫରୁ ସଦ୍ୟ ପ୍ରକାଶିତ Applied Physics କ୍ଷେତ୍ରରେ ବିଶ୍ବର ଶ୍ରେଷ୍ଠ 2% ବୈଗ୍ୟନିକ ମଧ୍ୟରେ ତାଂକର ନାମ ରହିଛି | ମାଟେରିଆଲ୍ସ ରିସର୍ଚ ସେଣ୍ଟର, ଭାରତୀୟ ବିଜ୍ଞାନ ସଂସ୍ଥାନର ଅଧ୍ୟକ୍ଷ ଥିବା ପ୍ରଫେସର୍ ଶ୍ରୀ ନନ୍ଦ ତାଙ୍କର ପ୍ରାଥମିକ ଶିକ୍ଷା ଖଟଖଟିଆ ଗାଆଁ ସ୍କୁଲରେ ଓ ହାଇସ୍କୁଲ ଶିକ୍ଷା ପଲସାଗୋରା ଉଚ୍ଚ ବିଦ୍ୟାଳୟରେ ଲାଭ କରିଥିଲେ | ସେହିପରି ସୋନପୁର କଲେଜ୍ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ | 2005 ମସିହାରୁ ବାଙ୍ଗାଲୋର ଭାରତୀୟ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟ କରି ଆସୁଥିବା ପ୍ରଫେସର୍ ଶ୍ରୀ ନନ୍ଦ 20ରୁ ଅଧିକ ପିଏଚଡି ଛାତ୍ର ଛାତ୍ରୀଙ୍କ ଗାଇଡ୍ ଭାବରେ ସୁନାମ ଅର୍ଜନ କରିଛନ୍ତି | 200 ରୁ ଅଧିକ ରିସର୍ଚ ପେପର୍ ପ୍ରସ୍ତୁତ କରିଥିବା ଶ୍ରୀ ନନ୍ଦ ନାନୋ ଟେକ୍ନୋଲୋଜି ଓ ମାଟେରିଆଲ୍ସ କ୍ଷେତ୍ରରେ ଭାରତର ସେ ଜଣେ ଅଗ୍ରଣୀ ବୈଗ୍ୟlନିକ ଭାବରେ ପରିଚିତ l ତାଙ୍କର ଗବେଷଣା ପାଇଁଁ ଜାପାନ ଓ ଭାରତର ଅନେକ ଗବେଷଣା ସଂସ୍ଥା ତାଙ୍କୁ ସମ୍ମାନୀତ କରିଛନ୍ତି | ତାଙ୍କର ଏ ସଫଳତାରେ ପରିବାର ବନ୍ଧୁ ବର୍ଗ ସମେତ ସମଗ୍ର କଣ୍ଟାମାଳ ବ୍ଲକ୍ ତଥା ବୌଦ୍ଧ ଜିଲ୍ଲାର ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି l

hiranchal ad1
Leave A Reply

Your email address will not be published.

two × 4 =