ହିଲଭିୟୁ ନିକଟ ପଡିଆ ଜମିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ବିରୋଧ କଲେ ସ୍ଥାନୀୟ ଗ୍ରାମବାସୀ

0 85

ଦାରିଙ୍ଗବାଡ଼ି,୧୯/୧୦: ଦାରିଙ୍ଗବାଡ଼ି ସ୍ଥିତ ହିଲଭିୟୁ ନିକଟ ପଡିଆ ଜମିରେ ହେବାକୁ ଥିବା ଇକୋ ରିଟ୍ରିଟ କାର୍ଯ୍ୟକ୍ରମ କୁ ସ୍ଥାନୀୟ ସାରିଙ୍ଗଗ୍ରୀପିର ଆଦିବାସୀ ଲୋକ ବିରୋଧ କରିଛନ୍ତି । ଓଡିଶା ସରକାର ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡକ୍ଟର.ବୃନ୍ଦା ଡି ଙ୍କ ନେତୃତ୍ୱ କ୍ରମେ ଗତ ଶନିବାର ଦିନ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଇକୋ ରିଟ୍ରିଟ ପାଇଁ ହିଲଭିୟୁ ଛକ ନିକଟ ପଡିଆ ଜମି ସ୍ଥାନ ଚିହ୍ନଟ ହୋଇଥିଲା । ଏହି ସ୍ଥାନରେ କିଛି ସ୍ଥାନ ବ୍ୟକ୍ତିଗତ ଲୋକଙ୍କ ନାମରେ ପଟା ହୋଇଥିବା ବେଳେ ଅନ୍ୟ ସମସ୍ତ ଜମି ସରକାରୀ ଜମିରହିଛି । ସରକାରୀ ଜମି କୁ ଆଖିଦୃଷ୍ଟିରେ ରଖି ପ୍ରଶାସନ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ କରିବା ପାଇଁ ସୋମବାର ଦିନ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରିପାଠୀ ଓ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତି କ୍ରମେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ । ହେଲେ ସ୍ଥାନୀୟ ଗ୍ରାମ ସାରିଙ୍ଗିଇର୍ପି ଗ୍ରାମର ଶତାଧିକ ଆଦିବାସୀ ଲୋକ ଏହାକୁ ବିରୋଧ କରିଥିଲେ । ଗତ ୧୧ ବର୍ଷ ତଳେ ୨୪୨ ଜଣ ଆଦିବାସୀ ଲୋକଙ୍କ ପାଇଁ ଜଙ୍ଗଲ ଜମି ପଟା ନିମନ୍ତେ ଜମି ମପା ହୋଇଥିବା ବେଳେ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ପଟା ପ୍ରଦାନ କରାଯାଇନାହିଁ । ଗତ ଜାନୁଆରୀ ମାସରେ ପଟା ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପଟା ପ୍ରଦାନ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକଙ୍କୁ ଜଙ୍ଗଲ ଜମି ଦେବା ନେଇ ଜମି ମାପ ହେଲା ପରେ କିପରି ଭାବେ ଏହି ଜମି କୁ ଆମେ ସରକାରଙ୍କୁ ଦେବୁ ବୋଲି ଆଦିବାସୀ ଲୋକ ପ୍ରତିବାଦ କରିବା ସହ ପ୍ରଶାସନ କୁ ପ୍ରଶ୍ନ କରିଥିଲେ । ଉକ୍ତ ସ୍ଥାନ ଛାଡି ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ କୁ ଗ୍ରାମବାସୀ ଦାବି କରିଥିଲେ । ତହସିଲଦାର ଓ ଥାନା ଅଧିକାରୀ ଲୋକଙ୍କୁ ବୁଝାଇଥିଲେ ସୁଦ୍ଧା ଲୋକେ ବୁଝିନଥିଲେ ବରଂ ଜମି ବିବାଦର ନିଷ୍ପତି ନେବା ପାଇଁ ପ୍ରଶାସନ କୁ ୬ ଦିନର ସମୟ ମାଗିଥିଲେ ଗ୍ରାମବାସୀ । ୬ ଦିନ ମଧ୍ୟରେ ଗ୍ରାମବାସୀ ଆଲୋଚନା କରି ଇକୋ ରିଟ୍ରିଟ ପାଇଁ ଜମି ପ୍ରଦାନ କରାଯିବ କି ନାହିଁ ନିଷ୍ପତି ନିଆଯିବ ବୋଲି ଗ୍ରାମବାସୀ ତହସିଲଦାର ଙ୍କୁ କହିଥିଲେ । ଏପରିକି ଗ୍ରାମବାସୀଙ୍କ ନିଷ୍ପତି ନସରିବା ଯାଏଁ ଜମି କୁ କୌଣସି ମତେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରିଯାଇପାରିବ ନାହିଁ ବୋଲି ଗ୍ରାମବାସୀ ତହସିଲଦାର ଙ୍କୁ କହିଥିଲେ ।

hiranchal ad1
Leave A Reply

Your email address will not be published.

14 + 1 =