ଟି. ଏମ.ସି.ରେ ସଙ୍ଗରୋଧ କଟlଉଛନ୍ତି ବିଧାୟକ ମହୀଧର

0 1,438

hiring

ବୌଦ୍ଧ/କଣ୍ଟାମାଳ,୨/୧୦ – ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜର ସାଧାରଣ ଜୀବନ ଶୈଳୀ ପାଇଁ ବିଶେଷ ପରିଚିତ l ଗତ ସୋମବାର ଦିନ କରୋନା ପଜିଟିଭ ଚିନ୍ହଟ ହେବା ପରେ ଅନ୍ୟ ବିଧାୟକ ମାନଙ୍କ ପରି ସରକାରୀ ଖର୍ଚ୍ଚରେ ସବୁ ସୁବିଧା ସୁଯୋଗ ଥିବା ରାଜଧାନୀର କୌଣସି ବଡ଼ କୋଭିଡ୍ ଡାକ୍ତରଖାନା କୁ ସ୍ଥାନାନ୍ତର ନ ହୋଇ ଗାଆଁ ପାଖ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ସଙ୍ଗରୋଧରେ ରହି ପୁଣି ଚର୍ଚ୍ଚାକୁ ଆସିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ କରୋନା ଆକ୍ରାନ୍ତ ହେବା ପରେ ସରକାର ଓ ଜିଲ୍ଲା ପ୍ରଶାସନ ବିଧାୟକ ଶ୍ରୀ ରଣାଙ୍କୁ ଭୁବନେଶ୍ବରର ସମ କୋଭିଡ୍ ଡାକ୍ତରଖାନାକୁ ଯିବାପାଇଁ ଅନୁରୋଧ କରିଥିଲେ | କିନ୍ତୁ ଶ୍ରୀ ରଣା ନିଜ ଗାଆଁ ନିକଟ କୁଲୁତାଜୋର୍ ଗ୍ରାମ୍ ପଂଚାୟତର ଟପର୍ନ୍ନା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଟି.ଏମ.ସି. ରେ ସଙ୍ଗରୋଧରେ ରହିବା ପାଇଁ କହି ସରକାର ଓ ପ୍ରଶାସନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ | ଯେଉଁ ଦିନ ସେ କରୋନା ପଜିଟିଭ ଚିନ୍ହଟ ଖବର୍ ପାଇଲେ ସଂଗେ ସଂଗେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରି ନିଜେ ବାଇକ ଚଳାଇ ସଙ୍ଗରୋଧ କେନ୍ଦ୍ରକୁ ଚାଲି ଆସିଥିଲେ l ଘରୁ ଆସୁଥିବା ଜଳଖିଆ ଓ ଭୋଜନ ଖାଇ ସଙ୍ଗରୋଧ କଟlଉଛନ୍ତି l ବିଶ୍ୱସ୍ତସୂତ୍ରରୁ ମିଳିଥିବା ଖବର୍ ଅନୁଯାୟୀ ଶ୍ରୀ ରଣା ପଜିଟିଭ ଚିନ୍ହଟ ହୋଇଥିଲେ ମଧ୍ୟ ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି ଓ କରୋନାର କୌଣସି ଲକ୍ଷଣ ତାଙ୍କ ଶରୀରରେ ପ୍ରକାଶ ପାଇନାହିଁ l
ଅନ୍ୟ ବିଧାୟକ ମାନଙ୍କ ପରି ସରକାରୀ ଖର୍ଚ୍ଚରେ ବଡ଼ ଡାକ୍ତରଖାନାକୁ ନଯାଇ ନିଜ ଗାଆଁ ନିକଟରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ସଙ୍ଗରୋଧ କେନ୍ଦ୍ରରେ ରହିବା ଘଟଣା କେବଳ କଣ୍ଟାମାଳ ନୁହେଁ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଆଲୋଚନାର ଖୋରାକ୍ ଯୋଗାଇଛି l

hiranchal ad1
Leave A Reply

Your email address will not be published.

twelve − one =