ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ବଢି ୧୩୮ ରେ ପହଞ୍ଚିଲା

0 79

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ଆଜି ୧୩୮ ରେ ପହଞ୍ଚି ଏଠାରେ ସମସ୍ତକୁ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ କରିଦେଇଛି । ଗତକାଲି ଦିନକର ମାତ୍ର ବ୍ୟବଧାନ ପରେ ପଜିଟିଭ ଚିହ୍ନଟ ଙ୍କ ଦୈନିକ ହାର ପୁଣି ଶତାଧିକ ଆଡକୁ ଯିବାରୁ ସମସ୍ତେ ଅବାକ ହୋଇ ଯାଇଛନ୍ତି । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ରେ ୧୩୮ ଜଣଙ୍କୁ ନୂଆ ପଜିଟିଭ ଚିହ୍ନଟ କରା ଯାଇଛି । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨୮ ହୋଇଛି ଓ ଏମାନଙ୍କ ମଧ୍ୟରୁ ୫୪୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ୨୩ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୨୧୩ ଜଣଙ୍କ ବିଭିନ୍ନ ସ୍ଥାନରେ କୋଭିଡ ଚିକିତ୍ସା ଚାଲିଛି । ଏଠାରେ ବିଗତ ୨୪ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩ଜଣଙ୍କ ମୃତ୍ୟୁ ପୁଷ୍ଟି ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ସମ୍ବଲପୁରନିବାସୀ, ଜଣେ ଚାରମାଳ ଓ ଅନ୍ୟ ଜଣକ ବରଗଡ଼ ନିବାସୀ ରୂପେ ଚିହ୍ନଟ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏମାନଙ୍କ ମଧ୍ୟରୁ କାହାରିକୁ ମୃତକଙ୍କ ସଂଖ୍ୟାରେ ସାମିଲ କରାଯାଇନାହିଁ ଓ ଏହା ଗତକାଲି ପରି ଯଥାବତ ୨୩ ଦର୍ଶାଯାଇଛି । ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାର ଆଇସୋଲେଶନ ୱାର୍ଡରେ ଗତକାଲି ଜଣେ ୭୧ ବର୍ଷୀୟ ରୋଗୀ ଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏହି ପରି ସମ୍ବଲପୁର ଓ ବୁର୍ଲା ଉଭୟ ସ୍ଥାନରେ ଦୈନିକ କରୋନା ଯୋଗୁଁ ମୃତ୍ୟୁ ଏକ ଦେହସୁହା ଖବର ହୋଇଯାଇଛି । ଏବିଷୟରେ ଜନସାଧାରଣ ଙ୍କ କହିବା ଅନୁସାରେ ସମ୍ବଲପୁର ନଗରାଞ୍ଚଳରେ ୧୦୦ ରୁ ଊର୍ଦ୍ଧ୍ୱ ଓ ସମଗ୍ର ଜିଲ୍ଲା ରେ ଏହା ୨୦୦ ପାଖାପାଖି ହେଲାଣି, କିନ୍ତୁ କାହିଁକି ଓ କେଜାଣି ପ୍ରଶାସନ ଏହାକୁ ଚାପି ରଖିଛି । କୋଭିଡ ପରିଚାଳନାରେ ପ୍ରଶାସନିକ ବିଫଳତାକୁ ଲୁଚାଇ ରଖିବା ପାଇଁ ଏପରି କରାଯାଉଛି ବୋଲି ଏଠି ଲୋକେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

17 − three =