ଅବ୍ୟବସ୍ଥା ଘେରରେ ବଲଣ୍ଡା ସଙ୍ଗରୋଧ ଶିବିର

0 633

ବୌଦ୍ଧ: ହରଭଙ୍ଗା ବ୍ଲକ ପୀତାମ୍ବରପୁର ଗ୍ରାମ ପଞ୍ଚାୟତର ବଲଣ୍ଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଅଭିଯୋଗ ହୋଇଛି । ୬ଦିନ ହେଲା ବଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ବଲଣ୍ଡା ଓ ଫୁଲଝରୀ ଗ୍ରାମର ୪ଜଣ ବାହାର ଜିଲ୍ଲାରୁ ଫେରନ୍ତା ମହିଳା ଓ ପୁରୁଷ ରହୁଛନ୍ତି । ଏହି ସଙ୍ଗରୋଧ କେନ୍ଦ୍ରରେ ଗୋଟିଏ ବି ବେଡ ନାହିଁ ଓ ଅନ୍ତେବାସୀମାନେ ତଳେହିଁ ଶୋଉଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଚୁନ ମଧ୍ୟ ମରାଯାଇନାହିଁ ଓ ପାଇଖାନା ମଧ୍ୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ସେମାନେ ଅଭିଯୋଗ କରନ୍ତି । ସେମାନଙ୍କୁ ଦିନବେଳା ପଞ୍ଚାୟତ ତରଫରୁ ଖାଇବାକୁ ଦିଆଯାଉଥିବା ବେଳେ ରାତିରେ ବିଦ୍ୟାଳୟ ବାରଣ୍ଡାରେ ସେମାନେ କାଠଚୁଲିରେ ନିଜଘରୁ ସାମଗ୍ରୀ ଆଣି ରାନ୍ଧି ଖାଉଥିବାର ଦେଖିବାକୁ ମିଳୁଛି । ଏହି କେନ୍ଦ୍ରରେ ସେମାନେ ପ୍ରାୟ ସପ୍ତାହେ ହେବ ରହିଥିଲେ ମଧ୍ୟ ମେଡିକାଲ ଟିମ ପହଞ୍ଚି ଆଜିଯାଏଁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିନାହିଁ କିମ୍ବା କୌଣସି ସାଂପୁଲ ସଂଗ୍ରହ କରିନଥିବା ଅଭିଯୋଗ ହୁଏ ।

hiring


ବଲଣ୍ଡା ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା ସଂପର୍କରେ ପିତାମ୍ବରପୁର ସରପଞ୍ଚଙ୍କ ପ୍ରତିନିଧି କୁହନ୍ତି ହରଭଙ୍ଗା ବିଡିଓଙ୍କ ନିର୍ଦ୍ଦେଶ ଅନୁସାରେ ୪ଜଣଙ୍କୁ ବଲଣ୍ଡା କେନ୍ଦ୍ରରେ ରଖିଛୁ । ସେମାନେ ରାଜ୍ୟମଧ୍ୟରୁ ଅନ୍ୟଜିଲ୍ଲାରୁ ଆସିଥିବାରୁ ନିଜଘରେ ଗୃହାବଦ୍ଧରେ ରହିବାକଥା ମାତ୍ର ସେମାନେ ଘରକୁ ଯିବାକୁ ମନା କରିବାରୁ ତାଙ୍କୁ ଏଠାରେ ରଖାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେ ବ୍ଲକକୁ ଅନୁରୋଧ କରିଥିଲେ ମଧ୍ୟ ଆଜିଯାଏଁ ହୋଇନଥିବା ସରପଞ୍ଚ ପ୍ରତିନିଧି ଗରୁଡ ସେଠୀ ପ୍ରକାଶ କରନ୍ତି ।
କରୋନା ଭଳି ମହାମାରୀକୁ ମୁକାବିଲା କରିବାରେ ଏଭଳି ଅବହେଳା ଓ ବେପରୁଆ ମନୋଭାବକୁ ବୁଦ୍ଧିଜୀବୀ ମହଲରେ ନପସନ୍ଦ କରାଯାଉଥିବାବେଳେ ପ୍ରଶାସନର ଢିଲାପଣକୁ ଜନସାଧାରଣରେ ନିନ୍ଦା କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × 1 =