ବୌଦ୍ଧ/ ବାଉଁଶୁଣୀ,୨୦/୧୦ – ବୌଦ୍ଧବ୍ଲକ ବହିରା-ଦୁମୁଦୁମା ରାସ୍ତାର କାମ ଗତ ମାର୍ଚ୍ଚ ମାସରେ ହୋଇଥିବା ବେଳେ 6 ମାସ ନ ହେଉଣୁ ପିଚୁ ଉଠିଯିବା ନେଇ ଏକ ଖବର ହିରାଞ୍ଚଳ Live ଓ ହୀରାଞ୍ଚଳରେ ପ୍ରକାଶିତ ହୋଇଥିଲା | ତାର ପ୍ରଭାବରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କାମର ମାନ ଓ ଗୁଣବତl ଉପରେ ତଥ୍ଯ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା l ଉକ୍ତ ରାସ୍ତାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଂକାର ଅନୁଦାନ ଆସି କାମ ହେଉଥିଲେ ମଧ୍ୟ ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ ବୋଲି ଜନସାଧାରଣରେ ଅଭିଯୋଗ ହୋଇ ଆସୁଛି l ଯେଉଁ କନିଷ୍ଠ ଯନ୍ତ୍ରୀ ଉକ୍ତ ରାସ୍ତା କାମର ବିଲ୍ କରିଛନ୍ତି ସେ ରାସ୍ତାର ନିମ୍ନମାନର କାମ ସମ୍ପର୍କିତ କି ରିପୋର୍ଟ ଦେବେ ବୋଲି ଜନସାଧାରଣରେ ଆଲୋଚନା ହେଉଛି l ଏ ସମ୍ପର୍କରେ ସ୍ଥାନୀୟ ଅଂଚଳର ଜନସାଧାରଣ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବଙ୍କ ନିକଟ ରେ ଅଭିଯୋଗ କରିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି l