କରୋନା ଆକ୍ରାନ୍ତ କମୁଥିଲେ ମଧ୍ୟ ମୃତ୍ଯୁହାର ବୃଦ୍ଧି ଚିନ୍ତା ବଢାଉଛି : ଆଜି ୩୭ଜଣ ନୂଆ ପଜିଟିଭ ଚିହ୍ନଟ

0 90


ସମ୍ବଲପୁର,୭/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ଗତ ତିନିସପ୍ତାହ ହେଲା ଦୈନିକ କରୋନା ଆକ୍ରାନ୍ତଙ୍କ ସ°ଖ୍ଯା ହ୍ରାସପାଉଛି, ହେଲେ ଗତକାଲି ମୃତ୍ଯୁସ°ଖ୍ଯା ହଠାତ ବଢିଯିବାରୁ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଦୈନିକ ମୃତକଙ୍କ ସ°ଖ୍ଯା ପ୍ରାୟ ଗୋଟିଏ ଦର୍ଶାଯାଉଥିଲା, ଗତକାଲି ଏହା ବଢିଯାଇ ହଠାତ ତିନି ରହିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲା ରେ କରୋନା ମୃତ୍ୟୁ ସ°ଖ୍ଯା ୩୮ରେ ପହଞ୍ଚି ଯାଇଛି, ଯଦିଓ ବେସରକାରୀ ଭାବରେ ଏହା କୁ ୨୦୦ରୁ ଊର୍ଦ୍ଧ୍ଵ କୁହାଯାଉଛି । କରୋନା ଆକ୍ରାନ୍ତଙ୍କ ସମୁଦାୟ ସ°ଖ୍ଯା ହଜାର ହଜାର ଥିଲା ବେଳେ ମୃତ୍ୟୁସ°ଖ୍ଯା ଦୈନିକ କେଭେ କେମିତି ଗୋଟିଏ ଭିତରେ ସୀମିତ ଦର୍ଶାଯାଉଥିଲା, ବର୍ତ୍ତମାନ କିନ୍ତୁ ଏହା ୩୦୦ ତଳକୁ ରହିଥିବା ସମୟରେ ଦିନକ ଭିତରେ ତିନୋଟି ମୃତ୍ୟୁ ଲୋକଙ୍କୁ ଛାନିଆ କରୁଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଙ୍କ ମୋଟସ°ଖ୍ଯା ୮୨୧୯ ଯାଏଁ ପହଞ୍ଚି ଯାଇଛି ଓ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ପରେ ୭୮୫୧ ଜଣ ସୁସ୍ଥହୋଇ ଘରକୁ ଫେରି ଗଲେଣି । ଏହିକ୍ରମରେ ସୁସ୍ଥତାହାର ବଢିଯାଇ ୯୫.୯୫ ପ୍ରତିଶତ ହୋଇଛି, ଯାହାକି ଲୋକଙ୍କ ମନ ରେ ଆଶ୍ବସ୍ତି ଆଣି ଦେଉଛି । ବାକି ସକ୍ରିୟ ୩୪୦ ଜଣଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ହଞମ ଆଇସୋଲେଶନ ରେ ଚିକିତ୍ସିତ ହେଉଛନ୍ତି ଓ ବାକି ଲୋକଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

19 − seven =