ବୌଦ୍ଧ/ଜହ୍ନାପଙ୍କ,୧୫/୩- ସମ୍ପ୍ରତି ଭୀଷଣ ଖରାତାତି ଯୋଗୁଁ ପଶୁପକ୍ଷୀ ଓ ଗୃହପାଳିତ ଜୀବଜନ୍ତୁମାନେ ପାଣି ପାଇଁ ଖୁବ ଡହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଛି।ପ୍ରଚଣ୍ଡ ଖରାରେ ତୃଷ୍ଣା ମେଣ୍ଟାଇବାକୁ ପଶୁପକ୍ଷୀ ଓ ଗୃହପାଳିତ ଜୀବଜନ୍ତୁ ଆଖପାଖରେ ଥିବା ଜଳାଶୟ ଓ ପୋଖରୀ ଆଡ଼କୁ ଧାଉଁଛନ୍ତି ତେବେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଗାଡିଆ,ପୋଖରୀ, ନାଳ, ଜୋର ଆଦି ଜଳାଶୟ ଶୁଖିଯାଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବର୍ତ୍ତମାନ ବିଭିନ୍ନ ପୋଖରୀ ଓ ଜୋର ନିକଟରେ ଜୀବଜନ୍ତୁଙ୍କ ପାଇଁ ଚହଲା ତିଆରି କରାଯିବାର ଆବଶ୍ୟକତା ଥିବା ଆଲୋଚନା ହେଉଛି।କିଛି ବର୍ଷ ତଳେ ପ୍ରାଣୀ ଚିକିତ୍ସାଳୟ ବିଭାଗ ପକ୍ଷରୁ ପ୍ରାଣୀ ସହାୟକ କେନ୍ଦ୍ର ନିକଟରେ ପଶୁପକ୍ଷୀ ଓ ଜୀବଜନ୍ତୁଙ୍କ ପାଇଁ ଛୋଟ କୁଣ୍ଡ ତିଆରି କରାଯାଇଥିଲା।କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ଆବର୍ଜନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।ସ୍ଥାନୀୟ ପ୍ରାଣୀ ସହାୟକ କେନ୍ଦ୍ରରେ ଏଭଳି ଏକ ଜଳକୁଣ୍ଡ ଅବ୍ୟବହୃତ ହୋଇ ପଡିଥିବା ଦେଖିବାକୁ ମିଳିଛି।ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ତୃଷ୍ଣା ନିବାରଣ ନିମନ୍ତେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post