କଳାକାର ଙ୍କୁ କରୋନା ସହାୟତା ଓ ସ୍ଥାୟୀ ସଂସ୍କୃତି ଅଧିକାରୀ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

0 104

hiring

ଦାରିଙ୍ଗବାଡ଼ି,୮/୧୦: କନ୍ଧମାଳ ଜିଲ୍ଲାରେ ସ୍ଥାୟୀ ସଂସ୍କୃତି ଅଧିକାରୀ ଓ କଳାକାର ମାନଙ୍କୁ କରୋନା ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲ୍ଲା କଳାକାର ସଂଘ ସମନ୍ୱୟ ସମିତି ଓ ଦାରିଙ୍ଗବାଡ଼ି ବନଶ୍ରୀ କଳାସଂସ୍କୃତି ଯୁବ ପରିଷଦ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କନ୍ଧମାଳ କଳା କୁ ସୁଦୃଢ ତଥା ବିକାଶ କରିବା ନିମନ୍ତେ ସ୍ଥାୟୀ ସଂସ୍କୃତି ଅଧିକାରୀ ଙ୍କୁ ତୁରନ୍ତ ନିଯୁକ୍ତି ଦେବା କୁ ସଂଘ ଦାବି କରିଛି । ଏଥି ସହିତ କଳାକାର ମାନଙ୍କୁ କରୋନା ସହାୟତା ପ୍ରଦାନ, ପ୍ରଶାସନ ବ୍ଲକ ଓ ଜିଲ୍ଲା ସ୍ତରରେ ସଂଘର ଉପସଭାପତି ଚୟନ କରିବା,ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥ କୁ ଏନଜିଓ ତଥା ରଥ ଗାଡି କୁ ନଦିଆଯାଇ କଳାକାର ମାନଙ୍କ ଦ୍ୱାରା ସଚେତନ କାର୍ଯ୍ୟକ୍ରମ କରାଯାଉ, ଯୋଗ୍ୟ କଳାକାର ମାନଙ୍କ ଉପଯୁକ୍ତ ପ୍ରମାଣ ଯାଞ୍ଚ କରି ଭତା ପ୍ରଦାନ କରାଯିବା ସହ ଯେଉଁ କଳାକାର ମାନଙ୍କ ପ୍ରମାଣ ନଥାଇ ଭତା ପାଉଛନ୍ତି ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ, ଜନସଚେତନ ତାଲିମ ପ୍ରାପ୍ତ କଳାକାର ମାନଙ୍କୁ ନେଇ କରାଯିବା ସହ ନିଜ ଜିଲ୍ଲାର ସଚେତନ କାର୍ଯ୍ୟକ୍ରମ ପାଇଁ ଅନ୍ୟ ଜିଲ୍ଲାରୁ କଳାକାର ମାନଙ୍କୁ ଅଣାନଯାଇ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦିଆଯାଉ ବୋଲି ସଂଘ ଦାବି କରିଛି । ଦାବିପତ୍ର ଦେବା ସମୟରେ ଟିକାବାଲି ବନବାସୀ କଳା ପରିଷଦର ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡିଗଲ , ଦାରିଙ୍ଗବାଡ଼ି ବନଶ୍ରୀ କଳାସଂସ୍କୃତି ଯୁବ ପରିଷଦର ଉପସଭାପତି ସଭରାଜ ପ୍ରଧାନ, ରାଇକିଆ ବ୍ଲକର ଉପସଭାପତି ସୁକାନ୍ତ ନୟକ ସମେତ ଲକ୍ଷ୍ମୀକାନ୍ତ ପ୍ରଧାନ,ତ୍ରିନାଥ ସାହୁ,କେଦାର ଡିଗଲ, ସୁମନ୍ତ କହଁର, ସୁବାସ ସାହୁ, ବାପୁଜୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × two =