ଭିମସାର କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର କେୟାର ସେଣ୍ଟର

0 99

ସମ୍ବଲପୁର : ସମଗ୍ର ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ସ୍ୱତନ୍ତ୍ର କେୟାର ସେଣ୍ଟର ଆଜିଠାରୁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ବୁର୍ଲା ଅଗ୍ନିଶମ ବିଭାଗ ନିକଟସ୍ଥ ରେଣ୍ଟାଲ ହାଉସିଂ କମ୍‌ପ୍ଲେକ୍ସକୁ ଚିହ୍ନିତ କରାଯାଇଛି । ଏହା ପୂର୍ବରୁ ଭିମସାର ରେ ସଂକ୍ରମଣର ଶିକାର ହେଉଥିବା କୋଭିଡ ଯୋଦ୍ଧାମାନଙ୍କୁ ସ୍ଥାନୀୟ ଭିସୁଟର ପୁଲିସ ଛାତ୍ରାବାସ ରେ ନିର୍ମିତ କୋଭିଡ କେୟାର ସେଣ୍ଟର ରେ ରଖାଯାଉଥିଲା । କିନ୍ତୁ ସେଠାରେ ବିଭିନ୍ନ ଅବ୍ୟବସ୍ଥା ସହିତ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ମିଳୁ ନଥିବାର ଅଭିଯୋଗ ବାରମ୍ବାର ଆସିବା ପରେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଓ ଏହାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି । ଏହି ନୂତନ କୋଭିଡ କେୟାର ସେଣ୍ଟର ରେ କେବଳ କରୋନା ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣ ଥିବା କୋଭିଡ ଯୋଦ୍ଧାମାନଙ୍କୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଠାରେ ଦନ୍ତ ଚିକିତ୍ସକ ଡ଼ା ଚଉବର୍ଗ ନାୟକ, ଶଲ୍ୟ ଚିକିତ୍ସକ ଡ଼ା ରୋହିତ ଗହିଲ, କମ୍ୟୁନିଟି ମେଡିସିନ ଚିକିତ୍ସକ ଡ଼ା ସଞ୍ଜୀବ ମିଶ୍ର ଆଦିଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି । ସେହିପରି ଡ଼ା. ବିନୋଦ ଏଠାରେ, ଡ଼ା. ଯଗ୍‌ନେସ ସାହୁ ଓ ଡ଼ା. ସରିତା ମହାପାତ୍ର ଆଦିଙ୍କୁ ସେଠାରେ ମେଡିକାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏମାନଙ୍କ ସହିତ ସେଠାରେ ଡ଼ା ସୈୟଦ ଇକୱାଲ ହୁସୈନ, ଡ଼ା ଦିଲୀପ ଶତପଥୀ, ଡ଼ା. ଶାଶ୍ୱତ ଶତପଥୀ, ଡ଼ା. ସିଦ୍ଧାର୍ଥ ପଟ୍ଟନାୟକ, ଡ଼ା. ଦୀପ୍ତି ରଞ୍ଜନ ଧର ଓ ଡ଼ା ବ୍ରଜ ପ୍ରସାଦ ବେଉରିଆ ଆଦି ଅନ୍ୟ ଚିକିତ୍ସକ ରୂପେ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

8 + 20 =