ଖଲିଆପାଲି ଡାକଘର ନିୟମିତ ଖୋଲାଯିବାକୁ ଦାବୀ

0 712

ବୌଦ୍ଧ,୯/୩ – କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଞ୍ଚାୟତର ସମସ୍ତ 40 ରୁ ଉର୍ଦ୍ଧ୍ବ ଗ୍ରାମ ଖଲିଆପାଲି ଡାକଘର ଅଧିନରେ ଆସୁଛି l ବଘିଆ ବାହାଲ୍ ଶାଖା ଡାକ ଘର ଅଧିନରେ ଆସୁଥିବା ଉକ୍ତ ଡାକଘର ନିୟମିତ ଖୋଲୁ ନଥିବା ହେତୁ ସମଗ୍ର ଲମ୍ବସରୀ ଗ୍ରାମ ପଞ୍ଚାୟତର ଲୋକେ ନାନାଦି ହଇରାଣ ହେଉଥିବା ଅଭିଯୋଗ ହୋଇଛି | ଦାୟିତ୍ୱରେ ଥିବା ଡାକ କର୍ମଚାରୀ ନିୟମିତ ଡାକଘର ଖୋଲୁ ନଥିବା ଫଳରେ ଏଠାରେ ଜମାଖାତା ଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାର ଶ୍ରମିକ, କେନ୍ଦୁପତ୍ର ତୋଲାଳୀ ଟଂକା ଜମା କରିବା କିମ୍ବା ଉଠାଣ ପାଇଁ ବିଶେଷ ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ବୌଦ୍ଧ ଡାକ ନିରୀକ୍ଷକ ଓ ଫୁଲବାଣୀ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ଡାକଘର ନିୟମିତ ଖୋଲିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

1 × four =