ବୌଦ୍ଧ,୧୦/୩ – ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଗ୍ରାମପଞ୍ଚାୟତ କମଳପୁର୍ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟି ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର 57ର କମଳପୁର୍ ନିକଟରେ ଗୋଟିଏ କାର୍ ଓଡ଼ି 03 ଏସ 5071 ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଗଛରେ ଅଳ୍ପ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ଗାଡ଼ିରେ କେତେ ଜଣ ଯାତ୍ରୀ ଥିଲେ ଓ ଆହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନଥିବା ବେଳେ ଡ୍ରାଇଭର ସିଟ ନିକଟରେ ରକ୍ତ ପଡି ଥିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଅନୁମାନ କରାଯାଉଛି l