ଲକଡାଉନ କୁ ଫୁ ; ରାସ୍ତାଘାଟରେ ଭିଡ଼

0 147

ସମ୍ବଲପୁର : କରୋନା କୁ ନେଇ ଆଗାମୀ ଦିନର ଭୟାବହତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ସରକାର ବିଫଳ ରହିଛନ୍ତି, ଏଣୁ ରାସ୍ତାଘାଟ ଓ ଦୈନନ୍ଦିନ ବଜାରରେ ଭିଡ ବଢିଚାଲିଛି । ଏହିପରି କିଛି ଦୃଶ୍ୟ ଲକଡାଉନର ତୃତୀୟ ପର୍ଯ୍ୟାୟର ଆଜି ଏଠାରେ ଦେଖିବାକୁ ମିଳିଛି । ଗତକାଲି ରବିବାର ଯୋଗୁଁ ଅଧିକା°ଶ ଦୋକାନ ବଜାର ବନ୍ଦ ରହିଥିଲା ଓ ଆଜି ସୋମବାର ଦିନ ସବୁ ଖୋଲିଯିବାରୁ ଏପରି ଅପ୍ରତ୍ୟାଶିତ ସ୍ଥିତି ହୋଇଛି, ଯେଉଁ ବିଷୟରେ ଚିନ୍ତା କରିବା ପାଇଁ ପ୍ରଶାସନ ପାଖରେ ସମୟ ନାହିଁ । ପୁଣି ଗତକାଲି ଟ୍ରେନ ଯୋଗେ ସମ୍ବଲପୁର ଜିଲ୍ଲା କୁ ୬୫ ଜଣ ଶ୍ରମିକ ବାହାରୁ ଆସି ପହଞ୍ଚିଛନ୍ତି ଓ ସେମାନେ କିପରି ସ୍ଥିତି ଏଠାରେ ସୃଷ୍ଟି କରିପାରନ୍ତି ଓ ଏହାପରେ ଯଦି ସ୍ଥିତି ଅଣାୟତ୍ତ ହୁଏ ସେ ବିଷୟରେ ପ୍ରଶାସନ ନିରବ ରହିଛି ଓ ଜନସାଧାରଣ ସମ୍ପୂର୍ଣ୍ଣ ଅନଭିଜ୍ଞ । ରାଜରାସ୍ତା ଓ ବଜାର ସ୍ଥିତି ଆଦୌ ସ°ଗଠିତ ନୁହେଁ କିନ୍ତୁ ବ୍ଯାଙ୍କ ପରି ସ°ଗଠିତ କ୍ଷେତ୍ରରେ ଅଣାୟତ୍ତ ଭିଡ଼ ଦେଖିବାକୁ ମିଳିଛି ।

hiring

ଆଶ୍ଚର୍ଯ୍ୟ ର କଥା ଯେ ଭିତରେ ବାତାନୁକୁଳିତ କକ୍ଷ ଭିତରେ ବସି ବ୍ୟାଙ୍କ ପରିଚାଳନା କରୁଥିବା ବ୍ଯକ୍ତିବିଶେଷଙ୍କ ଏପରି ସ୍ଥିତି ଉପରେ ନଜର ନାହିଁ । ଆଜି ସ୍ଥାନୀୟ ଶିବଲୋକ କମ୍ପ୍ଲେକ୍ସ ସ୍ଥିତ ଏକ ବ୍ୟାଙ୍କ ସାମନାରେ ବହୁତ ଜନସମାଗମ ସତ୍ତ୍ୱେ ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ବ୍ଯବସ୍ଥା ନ ଥିଲା । ରୋଡ ଉପରେ ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ସେଠାକାର ବାରଣ୍ଡାରେ ଠୁସି ହୋଇ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । କିଛି ଦିନ ପୂର୍ବରୁ ସେହି ପାଖରେ ଏକ ଉଜ୍ବଳା ଗ୍ୟାସ ଏଜେନ୍ସି ସାମନାରେ ଏହିପରି ଏକତ୍ରିତ ଭିବ ବିଷୟରେ ମିଡିଆ ରେ ବାରମ୍ବାର ସଚିତ୍ର ଖବର ପ୍ରକାଶିତ ହେଲାପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇଥିଲା ଓ ସେଠାରେ ଆଉ ତାହାର ପୁନରାବୃତ୍ତି ହେଉନାହିଁ ।

hiranchal ad1
Leave A Reply

Your email address will not be published.

one × five =