ବାହାର ରାଜ୍ୟର ପଦଯାତ୍ରୀ ଶ୍ରମିକଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ : କ୍ୱାରେଣ୍ଟାଇନ କେନ୍ଦ୍ରକୁ ଗଲେ ୧୦ଜଣ ଓ ୨ଜଣ ଫେରାର

0 147

ସମ୍ବଲପୁର: ପଡୋଶୀ ଛତିଶଗଡରୁ ଚାଲିଚାଲି ପଶ୍ଚିମବଙ୍ଗ ଯାଉଥିବା ୧୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୦ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଅଟକ ରଖାଯାଇଛି ଓ ୨ଜଣ ଫେରାର ହୋଇଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ୭ଦିନ ପୂର୍ବେ ଛତିଶଗଡର ରାଜଧାନୀ ରାୟପୁରରୁ ବାହାରି ଚାଲିଚାଲି ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ନନ୍ଦିଗ୍ରାମକୁ ୧୨ଜଣ ଶ୍ରମିକ ସମ୍ବଲପୁର ବାଟଦେଇ ଯାଉଥିଲେ । ଧନୁପାଲି ଥାନା ଅନ୍ତର୍ଗତ ଧନକଉଡା ଠରେ ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ ସେମାନଙ୍କୁ ଠାବକଲେ । ଏ ବିଷୟରେ ଖବରପାଇ ଘଟଣାସ୍ଥଳକୁ ପହଞ୍ଚିଥିଲେ ଧନୁପାଲି ଥାନା ଅଧିକାରୀ କମଳ କୁମାର ପଣ୍ଡା । ସେଠାରେ ପୋଲିସ ପହଞ୍ଚିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଦୁଇଜଣ ଫେରାର ହୋଇଗଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଇଚ୍ଛା ଠାରୁ ରନ୍ଧାଖାଦ୍ୟ ପ୍ୟାକେଟ ଆଣି ଦିଆଗଲା । ପଚାରିବାରୁ ଜଣାପଡିଲା ସେମାନେ ସମସ୍ତେ ରାୟପୁରରେ ସିଲେଇ କାରିଗର କାମ କରୁଥିଲେ । କାମଧନ୍ଦା ବନ୍ଦ ହେବାରୁ କର୍ମଭୂମିରୁ ବାହାରିଥିଲେ ନିଜର ଜନ୍ମଭୂମି ଅଭିମୁଖେ । ଏହି ୧୨ଜଣଙ୍କ ମଧ୍ୟରୁ ୨ଜଣଙ୍କର ନିକଟ ସଂପର୍କୀୟ ସମ୍ବଲପୁର ସୁନାପାଲି ଅଞ୍ଚଳରେ ରହୁଛନ୍ତି । ତାଙ୍କ ଘରକୁ ଯାଇ ଗାଧୁଆପାଧୁଆ ଓ ଖିଆପିଆ କରିସାରି ପୁଣି ଯାତ୍ରା ଆରମ୍ଭ କରିଥିଲେ । କୁଲୁତକାନି ଗେଙ୍ଗଟିପାଲି ରାସ୍ତା ମଝିରେ ତାଙ୍କୁ ଠାବ କରିଥିଲେ ସାକ୍ଷୀ ଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ । ସମସ୍ତ ବିଷୟ ପଚାରି ବୁଝିଲା ପରେ ସେଠାରୁ ତାଙ୍କୁ ଧନୁପାଲି ଥନା ଅଧିକାରୀ ଧରି ଆଣିଥିଲେ ଧନକଉଡା ଛକ ଜୟଗୁରୁ ମନ୍ଦିର ନିକଟକୁ । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ପଠେଇ ଦିଆଗଲା ଅଇଁଠାପାଲି ସେବାଶ୍ରମଠାରେ ସଞ୍ଚାଳିତ ସଙ୍ଗରୋଧ କେନ୍ଦ୍ରକୁ । ଭାଜପା ସାକ୍ଷୀ ଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡେଇ, ଜିଲ୍ଲା ସଭାପତି ଗିରିଶ ପଟେଲ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସହିତ ମଣ୍ଡଳର କାର୍ଯ୍ୟକର୍ତ୍ତା ପିଣ୍ଟୁ ଓରାମ, ଗଣେଶ ଓରାମ, ଅରବିନ୍ଦ ମୁଣ୍ଡା, ପିଣ୍ଟୁ ମୁଣ୍ଡା, ପର୍ଶୁରାମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

11 + 6 =