ଲୋକନାଥ ହତ୍ୟାକାଣ୍ଡ ମାମଲା : ଆଜି ବୌଦ୍ଧ ଏସପିଙ୍କୁ ଭେଟିବେ ଖାରବେଳ

0 909

ବୌଦ୍ଧ :କଣ୍ଟାମାଳ ଥାନା ଖମନ୍‌ମୁଣ୍ଡା ଗ୍ରାମ ପଂଚାୟତର ଶିଆଳଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲା ରାଜନୈତିକ ରୂପ ନେଉଛି । ଧାର ଟଙ୍କା ଫେରସ୍ତକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ କହୁଛି ଓ ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି ଏହାକୁ ଗୋଟିଏ ରାଜନୈତିକ ହତ୍ୟାକାଣ୍ଡ ବୋଲି ଦାବିକରି ନିରପେକ୍ଷ ତଦନ୍ତ କରିବାକୁ ଗତକାଲି ମୃତକଙ୍କ ପରିବାରକୁ ସାମବେଦନା ଜଣାଇବା ପାଇଁ ଆସିଥିବା ରାଜ୍ୟ ପ୍ରତିନିଧି ମଣ୍ଡଳୀ ଏସପି ଭି ରଘୁନାଥ ରାଓଙ୍କୁ କହିଛନ୍ତି । ଆଜି ବରିଷ୍ଠ ବିଜେପି ନେତା ତଥା ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଥିବା ଖାରବେଳ ସ୍ୱାଇଁ ଶିଆଳଝୁଲି ଯିବେ ଓ ସେଠାରୁ ଫେରି ବୌଦ୍ଧ ଏସପିଙ୍କୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରିବେ ବୋଲି ଜଣାପଡିଛି । ଗତକାଲି ଆସିଥିବା ରାଜ୍ୟ ପ୍ରତିନିଧି ମଣ୍ଡଳୀ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଓ ସ୍ଥାନୀୟ ବିଧାୟକଙ୍କ ପୁତ୍ର ଓ ସରପଞ୍ଚଙ୍କ ସ୍ୱାମୀ ସଂପୃକ୍ତ ଥିବା ଗଣମାଧ୍ୟମରେ ଅଭିଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × five =