ସମ୍ବଲପୁର : ସ୍ଥାନୀୟ ଧମା ରେଞ୍ଜ ଅନ୍ତର୍ଗତ ତବଲୋଇ ଦେଓଗାଁ ସ°ରକ୍ଷିତ ବଣରେ ଆଜି ବାଳକହାତୀର ଏକ ମୃତଦେହ ଉଦ୍ଧାର କରାଯାଇଛି । ଏବିଷୟରେ ସୂଚନା ଦେଇ ସମ୍ବଲପୁର ବନାଧିକାରୀ ଡ଼ା ସଞ୍ଜୀବ କୁମାର କହିଛନ୍ତି ଯେ ପ୍ରାୟ ୩ବର୍ଷ ବାଳୁତ ହାତୀକୁ ଗତ ସୋମବାର ୧୦ ତାରିଖ ଦିନ ଜୀବିତ ଓ ଏକାକୀ ଦେଖାଯାଇଥିଲା । ସେତେବେଳେ ସେ ଅସୁସ୍ଥ ଜଣା ପଡୁଥିଲା କିନ୍ତୁ ଆଜି ସେଠାକାର ଏକ ନାଲା ଭିତରେ ତାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ବନାଧିକାରୀଙ୍କୁ ଏହି ସୂଚନା ବିଭାଗୀୟ କର୍ମଚାରୀଙ୍କ ଠାରୁ ମିଳିଥିବା ପରେ ଜିଲ୍ଲା ବନାଧିକାରୀ ଡ଼ା କୁମାର ଓ ଆରସିସିଏଫ ଚିତ୍ତରଞ୍ଜନ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ର ଅନୁଧ୍ୟାନ କରିଥିଲେ । ନିକଟସ୍ଥ ଯୁଯୁମୁରାରୁ ପ୍ରାଣୀ ଚିକିତ୍ସକ ଙ୍କୁ ଡକାଇ ଶବ ବ୍ୟବଚ୍ଛେଦ କଲାପରେ ଜଣା ପଡିଛି ଯେ ସେ କିଛି ଦିନ ଆଗରୁ ପେଟରୋଗରେ ପୀଡ଼ିତ ଥିଲା । ମରିବାର ଦୁଇ ଦିନ ହୋଇ ଯାଇଥିବାରୁ ତାହାର ମୁହଁ ଭିତର ତାଳୁରେ ପୋକ ହୋଇଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ଏହି ମୃତଦେହ କୁ ସେଠାରେ ଏସିଏଫ ଏମ ଏଲ ଶର୍ମା ଙ୍କ ତଦାରଖରେ ପୋତି ଦିଆଯାଇଛି, ବୋଲି ସେ ଜଣାଇଛନ୍ତି ।