ବ୍ରହ୍ମପୁର : କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବହୁ ଆଇନଜୀବୀ ସଂକ୍ରମିତ ହୋଇଥିଲେ ହୋଇ କିଛି ଆଇନଜୀବୀଙ୍କ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେଣୁ ଆଇନଜୀବୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁବିଧାରେ ଟିକାକରଣ ବ୍ୟବସ୍ଥା କରିବାକୁ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲେ ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ପୁଣି ସ୍ଥାନୀୟ ଗଞ୍ଜାମ ଜିଲ୍ଲା ସଂଘର ପ୍ରକୋଷ୍ଠରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୋଟ ୨୨୦ ଜଣ ଆଇନଜୀବୀ ଟୀକା ନେଇଛନ୍ତି । ୪୫ ବର୍ଷ ବୟସରୁ ଉଦ୍ଧ୍ୱର୍ ବୟସ୍କ ଆଇନଜୀବୀଙ୍କୁ ଟିକା ଦିଆଯାଇଥିଲା । ଆଇନଜୀବୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀଙ୍କୁ ଓକିଲ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଭାପତି ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ସମ୍ପାଦକ ପ୍ରଦୀପ କୁମାର ବେହେରା , ଉପସଭାପତି ଭାଗି ରାଓ ଏବଂ ସହ ସମ୍ପାଦକ ସୁଧୁର କୁମାର ପାତ୍ରଙ୍କ ସହ ବହୁ କର୍ମକର୍ତ୍ତା ଟିକାକରଣ ବେଳେ ଉପସ୍ଥିତ ରହିଥିବା ବେଳେ ଆଇନଜୀବୀ ବରୁଣ ଗୌଡ଼, କପିଳ ପଟ୍ଟନାୟକ, ମୋହନ ସିଂଘାରୀ, ଜଗନ୍ନାଥ ମିଶ୍ର , ତାପସ କୁମାର ସାହୁ , ଅସିତ୍ ସାବତ, ନଳିନୀ ଦେବଦର୍ଶୀ, ବି.ନାଗେଶ୍ୱର ରାଓ , ପ୍ରମିତ ମହାପାତ୍ରଙ୍କ ସହ ବହୁ ଯୁବ ଆଇନଜୀବୀ ପରିଚାଳନାରେ ସହଯୋଗ କରିଥିଲେ ।